ନୂଆଦିଲ୍ଲୀ : ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀଦଣ୍ଡ ଅପେକ୍ଷାରେ ଥିବା ୪ ଦୋଷୀଙ୍କ ମଧ୍ୟରୁ ଜଣଙ୍କ କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା। ଦୋଷୀ ବିନୟ ଶର୍ମାର କ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟ ଦ୍ବାରା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା। ତେବେ କେନ୍ଦ୍ର ଦ୍ବାରା ବିନୟଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ କରିବାପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରାଯାଇଥିଲା। ଏବେ ବିନୟ ଶର୍ମା ମଧ୍ୟ ତା’ର କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ କରିବାକୁ ଚାହିଛି। ସେ ଆଇନୀଜୀବ ଏପି ସିଂହଙ୍କ ଦ୍ବାରା ରାଷ୍ଟ୍ରପତିଙ୍କୁ ଅନୁରୋଧ କରି କ୍ଷମା ଆବେଦନ ପ୍ରତ୍ୟାହାର କରିବାକୁ କହିଛି। ଗୃହ ମନ୍ତ୍ରାଳୟ ଦ୍ବାରା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା କ୍ଷମା ଆବେଦନରେ ତା’ର ସ୍ବାକ୍ଷର ନଥିବା ବିନୟ କହିଛି। ବିନୟର ଆଇନଜୀବୀ ସିଂହ ଅଭିଯୋଗ କରିଛନ୍ତି ଯେ ଏହା ଏକ ଷଡ଼ଯନ୍ତ୍ର। ଦୋଷୀ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିନଥିବାରୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସିଂହ କହିଛନ୍ତି।
କ୍ଷମା ଆବେଦନ ପ୍ରତ୍ୟାହାର ପାଇଁ ଅନୁରୋଧ କଲା ‘ନିର୍ଭୟା’ ଦୋଷୀ
/sambad/media/post_attachments/wp-content/uploads/2019/12/Nirbhaya-Case-784x441.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)