ନୂଆଦିଲ୍ଲୀ : ନିର୍ଭୟାଙ୍କ ହତ୍ୟାକାରୀଙ୍କୁ ଫେବ୍ରୁଆରି ୧ରେ ଫାଶୀ ଦେବାପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଛି ତାହା ପୁଣି ଘୁଞ୍ଚିବା ଆଶଙ୍କା ଉପୁଜିଛି। ଏହି ମାମଲାର ଅନ୍ୟତମ ଦୋଷୀ ବିନୟ ଆଜି ଏକ ନୂଆ ଚାଲ୍ ଖେଳିଛି। ପୂର୍ବରୁ କ୍ଷମା ଆବେଦନ ଦାଖଲ କରିନଥିବା ବିନୟର ଓକିଲ ଏପି ସିଂହ ଆଜି ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ଦାଖଲ କରିଛନ୍ତି। ପୂର୍ବରୁ ବିନୟର କ୍ୟୁରେଟିଭ୍ ପିଟିସନ ଖାରଜ ହେବାପରେ ସେ କ୍ଷମା ଆବେଦନ ଦାଖଲ କରିନଥିଲା ଏବଂ ଦୋଷୀମାନେ ଭିନ୍ନ ଭିନ୍ନ ସମୟରେ ଏଭଳି ଆବେଦନ ଦାଖଲ କରି ଫାଶୀ ଦଣ୍ଡକୁ ଟାଳିବା ପାଇଁ କୌଶଳ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଅକ୍ଷୟର କ୍ୟୁରେଟିଭ୍ ପିଟିସନ ଉପରେ ଆସନ୍ତାକାଲି ସୁପ୍ରିମ୍ କୋର୍ଟ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଏହାପରେ ସେ ମଧ୍ୟ କ୍ଷମା ଆବେଦନ ଦାଖଲ କରିପାରିବ ବୋଲି କୁହାଯାଉଛି।
ବିନୟ କ୍ଷମା ଆବେଦନ ଦାଖଲ କଲା, ନିର୍ଭୟା ଦୋଷୀଙ୍କ ଫାଶୀ ପୁଣି ଟଳି ପାରେ
/sambad/media/post_attachments/wp-content/uploads/2020/01/vinay-sharma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)