ନୂଆଦିଲ୍ଲୀ: ଦିଲ୍ଲୀର ଅଦାଲତ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ‘ମୃତ୍ୟୁ ପରଓ୍ଵାନା’ରେ ଚୂଡ଼ାନ୍ତ ମୋହର ଲଗାଇ ଦେବା ପରେ ଏବେ ସମଗ୍ର ଦେଶକୁ ଅପେକ୍ଷା ରହିଛି ତ କେବଳ ଜାନୁଆରି ୨୨ ତାରିଖ ସକାଳ ୭ଟା ସମୟକୁ। ଏହି ଦିନ ଏକା ସାଙ୍ଗରେ ୪ଜଣ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଏକାଠି ଫାଶୀ ଖୁଣ୍ଟରେ ଝୁଲାଯିବ।
ତେବେ ଏହି ୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ମିରଟ ଜେଲର ପବନ ଜହ୍ଲାଦଙ୍କୁ ମନୋନୀତ କରାଯାଇଛି। ତିହାର ଜେଲ ପ୍ରଶାସନ ଗତକାଲି ଉତ୍ତରପ୍ରଦେଶର ଜିଲ୍ଲା ମହାନିର୍ଦ୍ଦେଶାଳୟକୁୁ ଦ୍ୱିତୀୟ ଥର ଚିଠି ଲେଖିଛନ୍ତି, ଯେଉଁଥିରେ ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ପାଇଁ ପ୍ରଶିକ୍ଷିତ ଜହ୍ଲାଦଙ୍କ ପ୍ରାଥମିକତା ଯାଞ୍ଚ ପାଇଁ କହିଛନ୍ତି। ଏହି ଗୋପନୀୟ ଚିଠିରେ ତିହାର ଜେଲ ପ୍ରଶାସନ ମିରଟରେ ଥିବା ପବନ ଜହ୍ଲାଦଙ୍କ ଉପଲବ୍ଧତା ଉପରେ ବି ଆଲୋଚନା କରିଛନ୍ତି।
ତିହାର ଜେଲ ପ୍ରଶାସନ ପବନ ଜହ୍ଲାଦଙ୍କ ଦ୍ୱାରା ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାକୁ ଇଚ୍ଛୁକ ଥିବା ଜଣାପଡ଼ିଛି । ୨୦ଦିନ ପୂର୍ବରୁ ତିହାର ଜେଲ ମହାନିର୍ଦ୍ଦେଶାଳୟ ଉତ୍ତରପ୍ରଦେଶ ଜେଲ ଅଧିକାରୀଙ୍କୁ ବି ଏଭଳି ଇଚ୍ଛା ପ୍ରକାଶ କରିଥିଲେ । ଦ୍ୱିତୀୟ ଥର ଲେଖା ଯାଇଥିବା ଏହି ଚିଠିରେ ‘ମୃତ୍ୟୁ ପରଓ୍ଵାନା’ ଉପରେ ବି ଆଲୋଚନା କରାଯାଇଛି।
ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପବନ ଜହ୍ଲାଦଙ୍କୁ କାହିଁକି ତିହାର ଜେଲ ପ୍ରଶାସନ ଡକାଉଛନ୍ତି ସେ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ନିମ୍ନଲିଖିତ କାରଣ ପାଇଁ ପବନ ଜହ୍ଲାଦଙ୍କୁ ୪ଜଣ ଦୁଷ୍କର୍ମକାରୀଙ୍କୁ ଏକାଠି ଫାଶୀ ଦେବା ପାଇଁ ମନୋନୀତ କରାଯାଇଛି।
୧. ପବନ ଜହ୍ଲାଦ ହେଉଛନ୍ତି ତାଙ୍କ ବଂଶରେ ତୃତୀୟ ପିିଢ଼ିର ଜହ୍ଲାଦ, ଯିଏ କି ଏବେ ବି ପାରିବାରିକ ବୃତ୍ତିରେ ନିୟୋଜିତ ଅଛନ୍ତି।
୨. ଜହ୍ଲାଦ ବୃତ୍ତି ହେଉଛି ପବନଙ୍କ ବଂଶଗତ ପେସା । ପବନଙ୍କ ଜେଜେବାପା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରିଥିବା ୨ ହତ୍ୟାକାରୀଙ୍କ ସମେତ ଦୁର୍ଦ୍ଦାନ୍ତ ଅପରାଧୀ ରାଙ୍ଗା ଓ ବିଲ୍ଲାଙ୍କୁ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲାଇଥିଲେ।
Kerala Kaumudi୩. ସେ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଓ ଶକ୍ତିଶାଳୀ ବି ଅଛନ୍ତି।
୪. ଫାଶୀ ଦେବା ସମୟରେ ପବନ ଜହ୍ଲାଦ କୌଣସି ଭୁଲ କରିବେ ନାହିଁ, ସେ ବିଶ୍ୱାସ ସମସ୍ତଙ୍କ ରହିଛି।
୫. ତାଙ୍କର ଦୃଷ୍ଟିଶକ୍ତି ସହିତ ଲକ୍ଷ୍ୟଭେଦ ବି ସଠିକ୍ ରହିଛି।
୬. ପବନ ଜହ୍ଲାଦ ମିରଟରେ ରହନ୍ତି, ଯାହାକି ଦିଲ୍ଲୀର ନିକଟବର୍ତ୍ତୀ। ତେଣୁ ପବନଙ୍କ ଯିବା ଆସିବାକୁ ନେଇ ଜେଲ ପ୍ରଶାସନକୁ ବେଶୀ ଚିନ୍ତା କରିବାକୁ ପଡ଼ିବ ନାହିଁ।
୮. ଆବଶ୍ୟକ ପଡ଼ିଲେ ଦିଲ୍ଲୀ ପୁଲିସଙ୍କ ସୁରକ୍ଷାରେ ପବନ ଜହ୍ଲାଦଙ୍କୁ ତିହାର ପ୍ରଶାସନ ଦିଲ୍ଲୀ ଆଣି ପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Hang-of-The-Nirbhaya-Case-Convicted_Thumbnail.jpg)