ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଖୁବ୍‌ ଶୀଘ୍ର ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ପକ୍ଷରୁ ଫାଶୀଦଣ୍ଡରେ ଦଣ୍ଡିତ ଅକ୍ଷୟ ଅଦାଲତରେ କରିଥିବା ପୁନଃ ସମୀକ୍ଷା ଆବେଦନର ଶୁଣାଣିକୁ ଆଜି ଦିଲ୍ଲୀର ପାତିଆଲା ହାଉସ କୋର୍ଟ ସ୍ଥଗିତ କରି ପରବର୍ତ୍ତୀ ଶୁଣାଣିକୁ ଆଗାମୀ ୧୮ ତାରିଖକୁ ଧାର୍ଯ୍ୟ କରିବା ଘଟଣାରେ ଗଭୀର ଭାବେ ମର୍ମାହତ ହୋଇଛନ୍ତି ପୀଡ଼ିତାଙ୍କ ମା’ ଆଶା ଦେବୀ। ଦୋଷୀଙ୍କୁ ଦଣ୍ଡ ପ୍ରଦାନ କରାଯିବାରେ ଅହେତୁକ ବିଳମ୍ବ ଘଟୁଥିବା ନେଇ ସେ ନିଜର କ୍ଷୋଭ ମଧ୍ୟ ଜାହିର କରିଛନ୍ତି। ପୀଡ଼ିତାଙ୍କ ମା’ ଆଶା ଦେବୀ କହିଛନ୍ତି ଯେ ଯେଉଁଠି ନ୍ୟାୟ ପାଇବା ପାଇଁ ଆମକୁ ଦୀର୍ଘ ୭ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା, ସେଠାରେ ଆଉ ଏକ ସପ୍ତାହ ଅପେକ୍ଷା କରିବାକୁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ।

ଏଥିସହ, ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଖୁବ୍‌ ଶୀଘ୍ର ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତାଙ୍କ ମା’ ଆଶାଦେବୀ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ନିକଟରେ କରିଥିବା ଲିଖିତ ଆବେଦନରେ ପୀଡ଼ିତାଙ୍କ ମା’ ଆଶାଦେବୀ ଅନୁରୋଧ କରିଛନ୍ତି ଯେ ଆଉ ବିଳମ୍ବ ନକରି ଦୁଷ୍କର୍ମକାରୀମାନଙ୍କୁ ୧୮ ତାରିଖରେ ହିଁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ।

ସମ୍ବନ୍ଧିତ ଖବର