ନୂଆଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୪ ଘୋଷଣା କରାଯାଇଛି । ଇଣ୍ଡିଆ ମଣ୍ଡପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି। ଏହି ରାଙ୍କିଙ୍ଗକୁ ଅଫିସିଆଲ୍ ୱେବସାଇଟ୍ nirfindia.org ରେ ଦେଖିହେବ।

Advertisment

ଏନଆଇଆରଏଫ ରାଙ୍କିଙ୍ଗର ଏହା ହେଉଛି ୯ମ ସଂସ୍କରଣ ।  ଚଳିତ ବର୍ଷ ନବମ ସ୍ଥାନରେ ରହିଛି, ଯେଉଁଥିରେ ୧୩ଟି ଭିନ୍ନ ଭିନ୍ନ ବର୍ଗରେ ଉଚ୍ଚଶିକ୍ଷା ଅନୁଷ୍ଠାନ ରହିଛି । ଏଥିରେ ବିଶ୍ୱବିଦ୍ୟାଳୟ, କଲେଜ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆଇନ, ମେଡିକାଲ ଓ ଆର୍କିଟେକ୍ଚର ବର୍ଗ ଅନ୍ତର୍ଭୁକ୍ତ । ଆଇଆଇଟି ମାଡ୍ରାସ କ୍ରମାଗତ ଷଷ୍ଠ ବର୍ଷ ପାଇଁ ସାମଗ୍ରିକ ଏନଆଇଆରଏଫ ମାନ୍ୟତାରେ ଶୀର୍ଷରେ ରହିଛି। ୨ୟ ସ୍ଥାନରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ୩ୟ ସ୍ଥାନରେ ଆଇଆଇଟି ବମ୍ବେ, ୪ର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଦଶମ ସ୍ଥାନରେ ରହିଛି । ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ୨୪ତମ ସ୍ଥାନରେ ଥିବାବେଳେ କିଟ୍ ବିଶ୍ବବିଦ୍ୟାଳୟ ୨୮ତମ ଓ ଏନଆଇଟି ରାଉରକେଲା ୩୪ତମ ସ୍ଥାନରେ ରହିଛି ।

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ରହିଥିବାବେଳେ ଦିଲ୍ଲୀର ହିନ୍ଦୁ କଲେଜ୍ ଦେଶର ନଂ୧ କଲେଜ୍ ମାନ୍ୟତା ପାଇଛି ।