ଦଳ ଘୋଷଣା କରିବା ପୂର୍ବରୁ ନିଜେ ପ୍ରାର୍ଥୀ ହୋଇ ପ୍ରଚାର କଲେ ନିରହୁଆ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଜମଗଡ ଲୋକସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଦଳୀୟ ଘୋଷଣା ପୂର୍ବରୁ ଭୋଜପୁରୀ ତାରକା ଦୀନେଶ ଲାଲ ଯାଦବ ଓରଫ ନିରୁହୁଆ ତାଙ୍କୁ ଭୋଟ୍ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି | ଲୋକମାନଙ୍କୁ କରିଥିବା ଅନୁରୋଧରେ ସେ ଉଲ୍ଲେଖ କରିଛନ୍ତି ଯେ ପଦ୍ମ ଚିହ୍ନରେ ଭୋଟ ଦିଅନ୍ତୁ | ଆଜି ନିରହୁଆ ଟ୍ୱିଟରରେ ପୋଷ୍ଟର ରିଲିଜ୍ କରି ପଦ୍ମ ଫୁଲ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ଟ୍ୱିଟରରେ ପୋଷ୍ଟର ପ୍ରକାଶ କରି ନିରହୁଆ ଲେଖିଛନ୍ତି, “ଆଜମଗଡ଼ ଜାତି, ଧର୍ମ କଥା ଭୁଲି ପଦ୍ମଫୁଲ ଚିହ୍ନରେ ଭୋଟ ଦିଅନ୍ତୁ’ |

ପୋଷ୍ଟରରେ ମଧ୍ୟ ସମାନ କଥା ଲେଖାଯାଇଛି ଏବଂ ନିରୁହୁଆଙ୍କ ଫଟୋ ଅଛି | ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ସଭାପତି ଜେପି ନଡାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଥାଉ କି ୨୦୧୯ ଲୋକସଭା ନିର୍ବାଚନରେ ​​ଦୀନେଶ ଲାଲ ଯାଦବଙ୍କୁ ଆଜମଗଡ ଆସନରୁ ବିଜେପି ପ୍ରାର୍ଥୀ କରିଥିଲା | କିନ୍ତୁ ସେ ଅଖିଳେଶ ଯାଦବଙ୍କଠାରୁ ୨ ଲକ୍ଷ ୫୯ ହଜାର ୮୭୪ ଭୋଟରେ ହାରିଯାଇଥିଲେ |


ଏହାପୂର୍ବରୁ ୨୦୧୪ ରେ ବିଜେପି ପ୍ରାର୍ଥୀ ରମାକାନ୍ତ ଯାଦବ, ସପା ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କଠାରୁ ହାରିଯାଇଥିଲେ । ଅଖିଳେଶ ଯାଦବ କରହଲ ଆସନରୁ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ। ରାମପୁର ସହିତ ଆଜମଗଡରେ ଉପ-ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ବିଜେପି ଓ ଏସପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଏହି ସମୟରେ, ନିରୁହୁଆଙ୍କ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି |

ସମ୍ବନ୍ଧିତ ଖବର