ନୂଆଦିଲ୍ଳୀ: ଭାରତ-ଚୀନ ସୀମାରେ ଡ୍ରାଗନବାହିନୀକୁ ନମସ୍କାରର ଅର୍ଥ ବୁଝାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ର୍ନିମଳା ସୀତାରମଣ। ଗୋଟିଏ ପଟେ ଡୋକଲାମକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ର୍ନିମଳାଙ୍କ ଏହି ପଦକ୍ଷେପକୁ ଖୁବ୍ ପ୍ରଂଶସା କରାଯାଉଛି। ଭାରତୀୟ ସଂସ୍କୃତିରେ ବେଶ୍ ଗୁରୁତ୍ୱ ବହନ କରୁଥିବା ନମସ୍କାରର ଅର୍ଥ ବୁଝାଇ ନିର୍ମଳା ଏବେ ଖୁବ୍ ଚର୍ଚ୍ଚାରେ।
ସୂଚନାଯୋଗ୍ୟ, ନିର୍ମଳା ଗତକାଲି ଭାରତ-ଚୀନ ସୀମା ପରିଦର୍ଶନ କରିବାକୁ ସିକ୍କିମ ନାଥୁଲାରେ ପହଞ୍ଚଥିଲେ। ସେଠାରେ ଉପସ୍ଥିତ ଥିବା ଚୀନ୍ ସୈନିକଙ୍କ ସହ ବାର୍ତ୍ତଳାପ କରିବା ବେଳେ ର୍ନିମଳା ସେମାନଙ୍କୁ ନମସ୍କାର କରି ଅଭିବାଦନ ଜଣାଇଥିଲେ। କିନ୍ତୁ ନମସ୍କାରର ପ୍ରକୃତ ଅର୍ଥ ବୁଝି ପାରିନଥିଲେ ଚୀନ୍ ସୈନିକ। ତେଣୁ ର୍ନିମଳା ସେମାନଙ୍କୁ ନମସ୍କାର ଅର୍ଥ ବୁଝାଇଥିଲେ। ଏହାପରେ ଚୀନ ସୈନିକ ମଧ୍ୟ ତାଙ୍କ ଭାଷାରେ ଏହାର ଉତ୍ତର ଦେଇଥିଲେ ର୍ନିମଳାଙ୍କୁ। ହାତଯୋଡି ର୍ନିମଳାଙ୍କୁ ପ୍ରତିନମସ୍କାର କରିବା ସହ ଅଭିବାଦନ ଜଣାଇଥିଲେ ଚୀନ ସୈନ୍ୟ। କେବଳ ନମସ୍କାର କରିନଥିଲେ ର୍ନିମଳାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।ହା ଦୁଇଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସର୍ମ୍ପକକୁୁ ଦର୍ଶାଇଥିଲା।
ପ୍ରତିରକ୍ଷା ମନ୍ତ୍ରୀ ନିଜ ଟ୍ଵିଟର ପେଜରେ ଏହି ସମୟର ଭିଡିଓ ଅପଲୋଡ କରିଥିଲେ। ଦେଢ ମିନିଟର ଏହି ଭିଡିଓଟି ସମସ୍ତ ଘଟଣାବଳୀ ଦର୍ଶାଯାଇଥିଲା। ତେବେ ର୍ନିମଳାଙ୍କ ଏହି ଗସ୍ତ ଦୁଇଦେଶ ମଧ୍ୟରେ ଶାନ୍ତି ରକ୍ଷା କରିବାରେ ସହାୟକ ହୋଇପାରେ। କାରଣ ଦୀର୍ଘଦିନ ଧରି ଡୋକଲାମକୁ ନେଇ ଭାରତ-ଚୀନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସୀମାର ସମସ୍ତ ଅଞ୍ଚଳ ବୁଲି ଦେଖିବା ସହ ଆଇଟିବିପି ଅଧିକାରୀଙ୍କ ସହ ସୀମା ସୁରକ୍ଷା ନେଇ ଆଲୋଚନା କରିଥିଲେ।
ଚୀନ ସେନାଙ୍କୁ ନମସ୍କାରର ଅର୍ଥ ବୁଝାଇଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ
/sambad/media/post_attachments/wp-content/uploads/2017/10/Nirmala-Sitharaman-620x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)