ବଜେଟ ଆଗତ ପୂର୍ବରୁ ମନମୋହନଙ୍କୁ ଭେଟିଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କୁ ଭେଟିଛନ୍ତି | କୁହାଯାଉଛି ଦୁଇ ନେତାଙ୍କ ମଧ୍ୟରେ ବଜେଟକୁ ନେଇ ଚର୍ଚ୍ଚା ହୋଇଛି | ଅର୍ଥମନ୍ତ୍ରୀ ହେବା ପରେ ନିର୍ମଳା ଆଗାମୀ ଜୁଲାଇ ୫ ତାରିଖରେ ନିଜର ପ୍ରଥମ ବଜେଟ ଉପସ୍ଥାପନ କରିବେ | ଏହା ପୂର୍ବରୁ ନିର୍ମଳା ସବୁ କ୍ଷେତ୍ରର ବିଶେଷଜ୍ଞଙ୍କୁ ଭେଟିବା ସହ ସେମାନଙ୍କ ପରାମର୍ଶ ନେଉଛନ୍ତି |

DNA India

ବଜେଟ ପୂର୍ବରୁ ଦୁଇ ନେତାଙ୍କ ଭେଟକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଗତ ସପ୍ତାହରେ ନିର୍ମଳା ରାଜ୍ୟ ଅର୍ଥ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ | ଏହି ବୈଠକରେ ଦେଶର ଆର୍ଥିକ ବିକାଶ ପାଇଁ ରାଜ୍ୟମାନଙ୍କର ସହଯୋଗ ଲୋଡ଼ିଥିଲେ | ବୈଠକରେ ନିର୍ମଳା କହିଥିଲେ ଯେ ରାଜ୍ୟ ଓ କେନ୍ଦ୍ର ମିଶିକରି କାର୍ଯ୍ୟ ନ କଲେ କୌଣସି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ |

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ କହିଥିଲେ ଯେ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ | ସେହିପରି କୃଷି ଓ ଗ୍ରାମୀଣ ବିକାଶ ପାଇଁ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ | କୃଷକଙ୍କ ପାଇଁ ଋଣ, ସାରା ଉପରେ ଟିକସ ବାବଦରେ ଆଲୋଚନା କରିଥିଲେ |

ସମ୍ବନ୍ଧିତ ଖବର