ରାସ୍ତାରେ ଜମିଥିବା ପାଣିରେ ପଶି ବି କାର୍ଯ୍ୟକ୍ରମରେ ଭାଗ ନେଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଚେନ୍ନାଇ: ପାଣି ଭିତରେ ପଶି ଚାଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଚେନ୍ନାଇରେ ଆୟୋଜିତ ରନ ଫର ୟୁନିଟି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହୋଇଥିଲେ । ତେବେ ଏହି ସମୟରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା ।

ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ ହେବା ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡିଛି ।


ରାସ୍ତା ଉପରେ ବର୍ଷା ପାଣି ଜମିରହିଥିଲା । କିନ୍ତୁ ତାକୁ ଖାତିର ନକରି ସେହି ବର୍ଷା ପାଣି ଭିତରେ ପଶି ଚାଲି ଚାଲି ଯାଇଥିଲେ ନିର୍ମଳା ସୀତାରମଣ । ଯେଉଁଠି କେନ୍ଦ୍ରମନ୍ତ୍ରୀ ପାଣି ଭିତରେ ପଶି ଯାଉଛନ୍ତି ସେତେବେଳେ ଅନ୍ୟମାନେ ବା କିଭଳି ବାଦ ପଡିବେ । ନିର୍ମଳାଙ୍କ ସହ କିଛି ସମର୍ଥକ ଓ ପୁଲିସ ଅଧିକାରୀ ମଧ୍ୟ ପାଣି ଭିତରେ ପଶି ଯାଉଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର