ନିର୍ମଳା ସୀତାରମଣଙ୍କୁ ହତ୍ୟା ଯୋଜନା, ୨ ଗିରଫ

ଡେରାଡ଼ୁନ୍‌: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଉତ୍ତରାଖଣ୍ଡର ଦୁଇ ଜଣ ବ୍ୟକ୍ତି ଆଜି ଗିରଫ ହୋଇଛନ୍ତି। ଉତ୍ତରାଖଣ୍ଡର ଧାରଚୂଳା ସହରକୁ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଗସ୍ତ କରିବାର ଥିଲା। କିନ୍ତୁ ଗତକାଲି ଦୁଇଜଣ ବ୍ୟକ୍ତି ନିର୍ମଳାଙ୍କୁ ହତ୍ୟା କରିବା ନେଇ ହ୍ଵାଟ୍ସଆପ୍‌ରେ ଚାଟିଂ କରିଥିଲେ। ଗତକାଲି ସକାଳ ପ୍ରାୟ ୯.୩୦ ସମୟରେ ପୁଲିସ ଏ ବିଷୟରେ ଏକ ହ୍ଵାଟ୍ସଆପ୍‌ ଗ୍ରୁପ୍‌ରେ ସୂଚନା ପାଇବାପରେ ଅଭିଯୁକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର