ଅନୁରାଗଙ୍କୁ ପଚରାଯାଇଥିବା‌ ପ୍ରଶ୍ନର ଜବାବ ଦେଲେ ନିର୍ମଳା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ‘ଗୋଲି ମାରୋ’ ଭାଷଣ ପାଇଁ ଆଜି ତାଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଥିବା ବେଳେ ଏହାର ଜବାବ ବରିଷ୍ଠ ମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ବାରା ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଜଣେ ସାମ୍ବାଦିକ ଅନୁରାଗ ଠାକୁରଙ୍କ ଉତ୍ତେଜକ ଭାଷଣ ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅନୁରାଗ କିଛି କହିବା ପୂର୍ବରୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଏଠାରେ ଏମିତି କିଛି ପ୍ରଶ୍ନ କରନାହିଁ। ମୁଁ ଏଠାରେ ଏଭଳି ପ୍ରଶ୍ନ ପାଇଁ ବସିନାହିଁ। ବ୍ୟାଙ୍କରଙ୍କ ସଂକ୍ରାନ୍ତରେ ଏଠାରେ ଆଲୋଚନା ‌ହେଉଥିବାରୁ କେବଳ ସେ ବାବଦରେ ପ୍ରଶ୍ନ କରାଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର