ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ସରକାର ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆଗାମୀ ଅକ୍ଟୋବର ୨ ତାରିଖରେ ରାଜଘାଟଠାରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ୨୦୧୪ ଅକ୍ଟୋବର ୨ ତାରିଖରୁ ଏଯାବତ୍ ସାରା ଦେଶରେ ୯.୬ କୋଟି ଶୌଚାଳୟ ନିର୍ମିତ ହୋଇଛି।
ସ୍ବଚ୍ଛତା ଅଭିଯାନ ଜରିଆରେ ପ୍ରତି ଗାଆଁରେ ଅଳିଆ ଆବର୍ଜନାର ପରିଚାଳନା ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆଗାମୀ ଅକ୍ଟୋବର ୨ ତାରିଖରେ ଭାରତ ଖୋଲା ସ୍ଥାନରେ ଶୌଚମୁକ୍ତ ହେବ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ସାକାର ହେବ ବୋଲି ସେ କହିଛନ୍ତି ।
Image Source: Hindustan Timesଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ ତାଙ୍କର ୧୫୦ତମ ଜୟନ୍ତୀ ଅବସରରେ ଗାନ୍ଧୀପିଡିଆ ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହା ଗାନ୍ଧୀଙ୍କ ମୂଲ୍ୟବୋଧର ପ୍ରସାରରେ ସହାୟକ ହେବ।ଏହା ଉଇକିପିଡିଆ ସହ ସମକକ୍ଷ ହେବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Gandhi-Padia_Budget-2019_Thumbnail.jpg)