ନୂଆଦିଲ୍ଲୀ: ବଜେଟରେ କେବଳ ଦୁଇଟି ରାଜ୍ୟକୁ ଅର୍ଥ ଦିଆଯାଇଛି ବୋଲି ବିରୋଧୀ ସଦସ୍ୟମାନେ ବାରମ୍ବାର ଅଭିଯୋଗ କରୁଥିବାରୁ ତାହାର ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେ କହିଛନ୍ତି ଯେ ଏହା କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ଭଳି କାର୍ଯ୍ୟ ଛଡ଼ା ଆଉ କିଛି ନୁହେଁ। ୨୦୦୪-୦୫ ବଜେଟରେ ୧୭ଟି ରାଜ୍ୟର ନାମ ନଥିଲା। ୨୦୦୯-୧୦ ବଜେଟରେ ୨୬ ରାଜ୍ୟଙ୍କ ନାଁ ନିଆଯାଇନଥିଲା । ୨୦୧୦-୧୧ ବଜେଟରେ ୧୯ଟି ରାଜ୍ୟର ଉଲ୍ଲେଖ ନଥିଲା, ୨୦୧୪-୧୫ରେ ୧୦ଟି ରାଜ୍ୟ ଉଲ୍ଲେଖ କରାଯାଇନଥିଲା। ସେତେବେଳେ କଣ ସେସବୁ ରାଜ୍ୟକୁ ଅର୍ଥ ଯାଇନଥିଲା ?

Advertisment

ସୀତାରମଣ ମଙ୍ଗଳବାର କହିଛନ୍ତି ଯେ ଅର୍ଥନୀତିର ଉନ୍ନତ ପରିଚାଳନା ଏବଂ ଭିତ୍ତିଭୂମି ଉପରେ ପୁଞ୍ଜି ବ୍ୟୟ ଯୋଗୁଁ କୋଭିଡ୍ ମହାମାରୀ ପରେ ଭାରତ ଉଚ୍ଚ ଅଭିବୃଦ୍ଧି ହାସଲ କରିଛି ଏବଂ ଆଜି ଆମ ଦେଶ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି। ଲୋକସଭାରେ ୨୦୨୪-୨୫ ବଜେଟ ଉପରେ ହୋଇଥିବା ବିତର୍କର ଉତ୍ତର ଦେଇ ସେ ଏହା ମଧ୍ୟ କହିଛନ୍ତି ଯେ ବଜେଟରେ କୌଣସି ରାଜ୍ୟର ନାମ ନରହିବା ଅର୍ଥ ନୁହେଁ, ଏଥିରେ କୌଣସି ଆବଣ୍ଟନ ହୋଇନାହିଁ।

ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୪୮.୨୧ ଲକ୍ଷ କୋଟି ଟଙ୍କାର ବଜେଟରେ ସାମାଜିକ ଓ ଭୌଗୋଳିକ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ସରକାର ଅର୍ଥନୀତିର ଉନ୍ନତ ପରିଚାଳନା ଏବଂ ଭିତ୍ତିଭୂମି ଉପରେ ପୁଞ୍ଜି ବ୍ୟୟ ଯୋଗୁଁ ମହାମାରୀ ପରେ ଆମ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆଜି ଆମେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି।