ପୁଣିଥରେ ନରେନ୍ଦ୍ର ମୋଦୀ କ୍ଷମତାକୁ ନ ଆସିଲେ ଭାରତ ୫୦ ବର୍ଷ ପଛକୁ ଫେରିଯିବ : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ:କେନ୍ଦ୍ର ରକ୍ଷା ମନ୍ତ୍ରୀ ନିର୍ମଳା  ସୀତାରମଣ କହିଛନ୍ତି ଯେ ଯଦି ପୁଣି ଥରେ ନରେନ୍ଦ୍ର ମୋଦୀ କ୍ଷମତାକୁ ନ ଆସନ୍ତି,ତେବେ ଭାରତ ୫୦ ବର୍ଷ ପଛକୁ ଫେରିଯିବ। ବେଙ୍ଗଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ମଳା ସୀତାରମଣ କହିଛନ୍ତି ଯେ ଯେଉଁମାନେ ବିଂଶ ଶତାଦ୍ଦୀରେ ଜନ୍ମ ହୋଇଛନ୍ତି,ସେମାନେ ଯଦି ମୋଦୀ ସରକାରକୁ ପୁଣି ଥରେ କ୍ଷମତାକୁ ଆଣୁନାହାନ୍ତି,ତେବେ ତାହା ଫଳରେ ଯୁବପୀଢି ସହିତ ଘୋର ଅନ୍ୟାୟ ହେବ।

ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ ଦେଶର ଇତିହାସରେ ତାଙ୍କ ଭଳି ନେତା ସବୁବେଳେ ମିଳନ୍ତି ନାହିଁ। ନିଜେ ପ୍ରଧାନମନ୍ତ୍ରୀ ରେଡିଓରେ ମନ୍‌କୀ ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି ଯେ ମଇ ମାସରେ ପୁଣି ଥରେ ମନ୍‌କୀ ବାତ ଶୁଣାଇବେ। ଏଥିରୁ ସ୍ପଷ୍ଟ ହେଉଛି ଯେ ପୁଣି ଥରେ ମୋଦୀ ସରକାର କ୍ଷମତାକୁ ଫେରିବ। ପ୍ରଧାନମନ୍ତ୍ରୀ ଦେଶରେ ସ୍ୱଚ୍ଛ ରାଜନୀତି ଓ ଦେଶ ହିତକୁ ଅଗ୍ରାଧିକାର ଦେଇଛନ୍ତି ବୋଲି କହିଛନ୍ତି ନିର୍ମଳା ସୀତାରମଣ ।

ସମ୍ବନ୍ଧିତ ଖବର