ଟ୍ବିଟ୍‌ରରେ ’ସ୍ବିଟି’ ଲେଖି ସୀତାରମଣଙ୍କୁ ସମ୍ବୋଧନ କଲେ ବ୍ୟବହାରକାରୀ, ମିଳିଲା ଏପରି ଜବାବ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜଣେ ଟ୍ବିଟ୍‌ର ବ୍ୟବହାରକାରୀ ‘ସ୍ବିଟି’ କହିବା ପରେ  ସୀତାରମଣ ଯେଉଁ ଜବାବ ଦେଇଛନ୍ତି ତାହା ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି। ସ୍ବାମୀ ବିବକୋନନ୍ଦଙ୍କ ଜୟନ୍ତୀ ଅବସରରେ ସୀତାରମଣ କରିଥିବା ଏକ ଟ୍ବିଟ୍‌କୁ ନେଇ ଯୁବକ ଜଣକ ସୀତାରମଣଙ୍କୁ ରି-ଟ୍ବିଟ୍‌ କରିଥିଲେ। ଯୁବକଙ୍କ ମୁତାବକ ସୀତାରମଣଙ୍କ ଟ୍ବିଟ୍‌ରେ ଦିଆଯାଇଥିବା ବିବେକାନନ୍ଦଙ୍କ ବାଣୀଟି ଭୁଲ୍‌ ଅଟେ।

ସୀତାରମଣ ତାଙ୍କ ଟ୍ବିଟ୍‌ରେ ଯାହା ଲେଖିଥିଲେ ତାହାର ଭାବାନୁବାଦ ‌ହେଉଛି,  ‘ଉଠ, ଜାଗ ଏବଂ ବେଶି ସ୍ବପ୍ନ ଦେଖନାହିଁ। ଏହା ସ୍ବପ୍ନର ଭୂମି। ଯେଉଁଠାରେ କର୍ମ ଗୁନ୍ଥି ହୋଇ ଆମ ଚିନ୍ତାଧାରାର ମାଳ ତିଆରି ହୁଏ। ସାହସୀ ବନ ଓ ସତ୍ୟର ସାମ୍ନା କର। ସତ୍ୟ ସହ ସଦା ରୁହ।’

ଏହାର ଉତ୍ତରରେ ସଞ୍ଜୟ ଘୋଷ ନାମକ ଜଣେ ଟ୍ବିିଟର୍‌ ବ୍ୟବହାରକାରୀ ଲେଖିଛନ୍ତି, ‘ସ୍ବାମୀ ବିବେକାନନ୍ଦ ଲେଖିଥିଲେ କି ଉଠ, ଜାଗ ନିଜ ଲକ୍ଷରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅଟକ ନାହିଁ। ଏହା ନଥିଲା କି ବେଶି ସ୍ବପ୍ନ ଦେଖନାହିଁ। ଏହା ୨୦୨୦ ବଜେଟ୍‌ ‌ନୁହେଁ ‘ସ୍ବିଟି’ , ଯାହା ବିଷୟରେ ଆପଣ ଆମକୁ ଚେତାବନୀ ଦେଉଛନ୍ତି।’

ଏହାର ଉତ୍ତର ଦେଇ ନିର୍ମଳା ଲେଖିଛନ୍ତି, ‘ଜାଣି ଖୁସି ହେଲି ଆପଣ ମୋ ଟ୍ବିଟ୍‌ରେ ଆଗ୍ରହ ପ୍ରକାଶ କଲେ। ଆପଣ ମୋର ଯେଉଁ କୋଟ୍‌ କଥା ଲେଖିଛନ୍ତି ତାହା ‘ଅୱେକେଣ୍ଡ୍‌ ଇଣ୍ଡିଆ’ର। ଯାହାକି ୧୮୯୮ ମସିହାରେ ଲେଖା ଯାଇଥିଲା। ତଳେ ମୁଁ ତାହାର ରେଫରେନ୍ସ ଦେଇଛି ଆପଣଙ୍କର ରୁଚି ଥିଲେ ଦେଖିପାରନ୍ତି।’

ସମ୍ବନ୍ଧିତ ଖବର