ନୂଆଦିଲ୍ଳୀ: ବିବାହକୁ ନେଇ ସବୁ ଝିଅଙ୍କର ଭିନ୍ନ ସ୍ବପ୍ନ ରହିଥାଏ। ସମସ୍ତେ ନିଜ ନିଜର ଆର୍ଥିକ ଅବସ୍ଥା ଅନୁସାରେ ହିଁ ବିବାହ କରିଥାନ୍ତି। ଜଣେ ଧନୀ ଘରର ବିବାହ ଓ ଏକ ଗରିବ ଘରର ବିବାହ ମଧ୍ୟରେ ଥିବା ଭିନ୍ନତା ସବୁଠୁ ଦେଖିବାକୁ ମିଳେ। ହେଲେ ବି ବେଳେ ବେଳେ ଜଣଙ୍କର ବ୍ୟକ୍ତିଗତ ପସନ୍ଦ ଅନୁସାରେ ବି ଉତ୍ସବ ମନାଯାଏ।
ଆମେ କହୁଛୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିଷୟରେ। ସେ ଜଣେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତି ହୋଇ ମଧ୍ୟ ନିଜ ଝିଅର ବିବାହ ଅତି ନିରାଡ଼ମ୍ବର ଭାବେ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନିର୍ମଳାସୀତାରମଣଙ୍କ ଝିଅ ପରକାଲା ବାଙ୍ଗମୟୀ। ତାଙ୍କର ଏହି ବିବାହରେ କୌଣସି ଭିଆଇପି କିମ୍ବା ନେତାଙ୍କୁ ଦେଖିବାକୁ ମିଳିନଥିଲା। ବରଂ କେବଳ ବଛା ବଛା କିଛି ନିଜ ସଂପର୍କୀୟଙ୍କୁ ଦେଖିବାକୁ ମିଳିଥିଲା।
ବିବାହକୁ ନେଇ ହୋଇଥିବା ସମସ୍ତ ଜରୁରୀ ରୀତିନୀତି ନିର୍ମଳା ସୀତାରମଣଙ୍କ ଘରେ ହିଁ ହୋଇଥିଲା। ସୀତାରମଣଙ୍କ ଜ୍ବାଇଁଙ୍କ ନାମ ହେଉଛି ପ୍ରତୀକ। ବିବାହ ସମୟରେ ଅର୍ଥମନ୍ତ୍ରୀ ଏକ ନୀଳ ରଂଗର ଶାଢ଼ି ପିନ୍ଧି ପାରମ୍ପରିକ ରୀତି ପୂରା କରୁଥିବାର ଦେଖିବାକୁ ମିଳିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୀତାରମଣଙ୍କ ଝିଅ ସାମ୍ବାଦିକତା ପାଠ ପଢ଼ିଛନ୍ତି। ଏବେ ସେ ଜଣେ ଫିଚର୍ ରାଇଟର୍। ତାଙ୍କର ଜନ୍ମ ୧୯୯୧ ମସିହା ମେ ୨୦ ତାରିଖରେ ଚେନ୍ନାଇରେ ହୋଇଥିଲା। ସେ ଦିଲ୍ଳୀ ୟୁନିଭରସିଟିରେ ସ୍ନାତକତ୍ତୋର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/f3057abb-d86f-4df2-b944-1086d87029e3.jpg)