ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ରିଭ୍ୟୁ ପିଟିସନରେ ପ୍ରଦୂଷଣ, ବେଦ, ପୁରାଣର ଉଲ୍ଲେଖ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଦୋଷୀ ଅକ୍ଷୟ କୁମାର ସିଂହ କ୍ଷମା ଆବେଦନ କରି ନିଜର ଆଇନଜୀବୀ ଦ୍ବାରା ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ୍‌ ଦାଖଲ କରିଛି। ଅକ୍ଷୟ କୁମାରର ଆଇନଜୀବୀ ଏପି ସିଂହ ସୁପ୍ରିମକୋର୍ଟରେ ବିସ୍ମୟକର କାରଣ ଦର୍ଶାଇ ରିଭ୍ୟୁ ପିଟିସନ୍‌ ଦାଖଲ କରିଛନ୍ତି। ପିଟିସନ୍‌ରେ ଦର୍ଶାଯାଇଛି ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ତରରେ ରହିଛି। ଏହାଦ୍ବାରା ଜାତୀୟ ରାଜଧାନୀରେ ଲୋକମାନଙ୍କ ଆୟୁ କମିଯାଉଛି। ଏଭଳି ସ୍ଥଳେ ମୃତ୍ୟୁ ଦଣ୍ଡର କିଛି ଆବଶ୍ୟକତା ନାହିଁ ବୋଲି ସେ ଦର୍ଶାଇଛନ୍ତି। କେବଳ ଦିଲ୍ଲୀ ପ୍ରଦୂଷଣ ନୁ‌ହେଁ ଅକ୍ଷୟଙ୍କ ଆବେଦନରେ ମଧ୍ୟ ବେଦ, ପୁରାଣ ଏବଂ ଉପନିଷଦ ସମ୍ପର୍କରେ ଉଲ୍ଲେଖ ଅଛି। ଏସବୁ ଧାର୍ମିକ ପୁସ୍ତକ ଅନୁଯାୟୀ ଲୋକମା‌ନେ ସତ୍ୟଯୁଗରେ ହଜାର ହଜାର ବର୍ଷ ବଞ୍ଚୁଥିଲେ। ଏପରିକି ତ୍ରେତୟା ଯୁଗରେ ବି ଲୋକେ ୧୦୦୦ ବର୍ଷ ବଞ୍ଚୁଥିଲେ। କିନ୍ତୁ କଳିଯୁଗରେ ଲୋକଙ୍କ ବୟସ ୫୦ ବର୍ଷକୁ କମିଯାଉଛି। ଏଥି ଯୋଗୁଁ ମଧ୍ୟ ମୃତ୍ୟୁଦଣ୍ଡର କିଛି ଆବଶ୍ୟକତା ନାହିଁ ବୋଲି ପିଟିସନ୍‌ରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର