ନିର୍ଭୟା ଗଣଦୁଷ୍କର୍ମ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି

ସୁପ୍ରିମ୍‌କୋର୍ଟ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ବିନୀତ ଶରଣ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତଙ୍କ ଆବେଦନର ଶୁଣାଣି ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ହେବ। ପ୍ରଧାନ ବିଚାରପତିି ଦୀପକ ମିଶ୍ର, ବିଚାରପତି ଆର୍‌ ଭାନୁମତୀ ଓ ଅଶୋକ ଭୂଷଣଙ୍କ ବେଞ୍ଚ୍‌ ୩ ଜଣ ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ରିଭ୍ୟୁ ପିଟିସନ୍‌ର ରାୟ ପ୍ରକାଶ କରିବେ। ଅଭିଯୁକ୍ତ ବିନୟ ଶର୍ମା, ପଓ୍ଵନ ଗୁପ୍ତା ଓ ମୁକେଶ ସିଂହଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ତେବେ ମାମଲାର ଚତୁର୍ଥ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ରିଭ୍ୟୁ ପିଟିସନ୍‌ କରି ନ ଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ସମସ୍ତ ୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲା ବେଳେ ୨୦୧୭ ମେ ୫ରେ ସୁପ୍ରିମ୍‌କୋର୍ଟ ଏହି ରାୟକୁ କାଏମ ରଖିଥିଲେ। ତେବେ ରାୟର ପୁନର୍ବିଚାର କରିବା ପାଇଁ ୩ ଅଭିଯୁକ୍ତଙ୍କ ପକ୍ଷରୁ ରିଭ୍ୟୁ ପିଟିସନ୍‌ ଦାଖଲ କରାଯାଇଛି। ୨୦୧୨ ଡିସେମ୍ବର ୧୬ରେ ୨୩ ବର୍ଷୀୟା ଏହି ପାରାମେଡିକ୍‌ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ସହ ଦକ୍ଷିଣ ଦିଲ୍ଲୀଠାରେ ଏକ ବସ୍‌ରେ ଯିବା ସମୟରେ ୬ ଜଣ ଲୋକ ଚଳନ୍ତା ବସ୍‌ରେ ଛାତ୍ରୀ ଜଣକୁ ଦୁଷ୍କର୍ମ କରିଥିଲେ। ସେହି ବର୍ଷ ଡିସେମ୍ବର ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୁପ୍ରିମ୍‌କୋର୍ଟ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ବିନୀତ ଶରଣ

ନୂଆଦିଲ୍ଲୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ୍‌ ଶରଣଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି ରୂପେ ନିଯୁକ୍ତି ମିଳିବା ସମ୍ଭାବନା ରହିଛି। ଉତ୍ତର ପ୍ରଦେଶରୁ ସୁପ୍ରିମ୍‌ କୋର୍ଟରେ ପ୍ରତିନିଧିତ୍ୱକୁ ବୃଦ୍ଧି କରିବା ପାଇଁ ଜଷ୍ଟିସ ବିନୀତ ଶରଣଙ୍କ ପଦୋନ୍ନତି ହେବା ନିଶ୍ଚିତ ବୋଲି କୁହାଯାଉଛି। ଗତମାସରେ ସୁପ୍ରିକୋର୍ଟ ବିଚାରପତି ଆର୍‌.କେ. ଅଗ୍ରଓ୍ଵାଲ ଅବସର ନେବାପରେ ଉତ୍ତର ପ୍ରଦେଶରୁ ବର୍ତ୍ତମାନ ଜଣେ ମାତ୍ର ବିଚାରପତି ଅଶୋକ ଭୂଷଣ ସୁପ୍ରିମ୍‌ କୋର୍ଟରେ ଅବସ୍ଥାପିତ ଅଛନ୍ତି। ବିଚାରପତି ଶରଣ ଜୁଲାଇ ୧୯୮୦ରେ ଉତ୍ତର ପ୍ରଦେଶ ବାର୍‌ କାଉନ୍ସିଲରେ ଯୋଗଦେଇ ଆଲ୍ଲାହବାଦ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୨ରେ ଅହ୍ଲାବାଦ ହାଇକୋର୍ଟର ସ୍ଥାୟୀ ବିଚାରପତି ରୂପେ ତାଙ୍କର ପଦୋନ୍ନତି ହୋଇଥିଲା। ୨୦୧୫ରେ କର୍ଣ୍ଣାଟକ ହାଇକୋର୍ଟକୁ ବିଚାରପତି ରୂପେ ସେ ବଦଳି ହୋଇଥିଲେ। ଫବ୍ରୁଆରି ୨୬, ୨୦୧୬ରୁ ବିଚାରପତି ଶରଣ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଅଛନ୍ତି। ସୁପ୍ରିମ୍‌ କୋର୍ଟରେ ୩୧ ବିଚାରପତି ରହିବା ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୯ଟି ପଦ ଖାଲିି ପଡ଼ିଛି।

ସମ୍ବନ୍ଧିତ ଖବର