ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଆସନ୍ତା ଫେବ୍ରୁଆ‌ରି ୧ ତାରିଖରେ ଫାଶୀ ହେବ । ତିହାର ଜେଲ୍‌ରେ ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ମିଳିଥିବା ସୁଚନାନୁଯାୟୀ ତିହାର ଜେଲ୍‌ କର୍ତ୍ତୃପକ୍ଷ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ପଚାରିଛନ୍ତି। ‌ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା‌ ଲେଖିବା ପାଇଁ କୁହାଯାଇଛି। ତେବେ ସମସ୍ତ ଦୋଷୀ ସେମାନଙ୍କ ଶେଷ ଇଚ୍ଛା ବାବଦରେ ନିରବ ରହିଛନ୍ତି। ଜେଲ୍‌ର ନିୟମ ଅନୁଯାୟୀ ଜଣେ ଦୋଷୀ ତା’ର ଫାଶୀ ପୂର୍ବରୁ ଶେଷ ଥର ପାଇଁ କାହାକୁ ଦେଖିବାକୁ ଚାହୁଛି ତାହା ନିଷ୍ପତ୍ତି ‌ନେବ। ଏଥିସହ କାହାକୁ ସେ ସମ୍ପତ୍ତି ଦେବାକୁ ଚାହୁଛି ତାହା ମଧ୍ୟ ସେ ନିଷ୍ପତ୍ତି ନେବ। ଏନେଇ ନିର୍ଭୟା ଦୋଷୀମାନେ ନିରବ ରହିଛନ୍ତି। ମିଳିଥିବା ସୂଚନାନୁଯାୟୀ ନିର୍ଭୟା ଦୋଷୀମାନେ ଏବେ ଖୁବ୍‌ ଚିନ୍ତାରେ ଅଛନ୍ତି। ସେମାନେ ଖାଇବା କମାଇଦେଲେଣି। ନିୟମିତ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି।