ନିର୍ଭୟା‌ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ତୁରନ୍ତ ଫାଶୀ ପାଇଁ ପୀଡ଼ିତାଙ୍କ ବାପା ମା’ ଅଦାଲତର ଦ୍ବାରସ୍ଥ

ନୂଆଦିଲ୍ଲୀ : ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଫାଶୀଦଣ୍ଡ ଦେବା ପାଇଁ ଆଜି ପୀଡ଼ିତାଙ୍କ ବାପା ମା’ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୨ ଡିସେମ୍ବର ୧୬ ତାରିଖରେ ୨୩ ବର୍ଷୀୟା ପାରାମେଡିକ୍‌ ଛାତ୍ରୀଙ୍କୁ ୬ ଜଣ ଗଣଦୁଷ୍କର୍ମ କରିଥିଲେ। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ରାମ ସିଂହ ‌ଜେଲ୍‌ରେ ଆତ୍ମହତ୍ୟା କର‌ିଦେଇଥିବା ବେଳେ ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ୩ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ତେବେ ଅନ୍ୟ ୪ ଅଭିଯୁକ୍ତଙ୍କୁ ତୁରନ୍ତ ଫାଶୀଦଣ୍ଡ ଦେବାପାଇଁ ପୀଡ଼ିତାଙ୍କ ବାପା ମା’ ଅଦାଲତଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର