ବିଗିଡ଼ିଲା କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ, ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ନିଶଙ୍କ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ଼.ରମେଶ ପୋଖରିଆଲ ନିଶଙ୍କଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଜି ହଠାତ୍ ଖରାପ ହୋଇଯାଇଛି। ଏହା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଥାଉ କି ଶିକ୍ଷା ମନ୍ତ୍ରୀ ଡ଼.ରମେଶ ପୋଖରିଆଲ ନିଶଙ୍କ ଏପ୍ରିଲ ୨୧ ରେ ଟ୍ୱିଟ କରି ଜଣାଇଥିଲେ ଯେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଏହା ସହ ତାଙ୍କ ସହ ଯୋଗାଯୋଗରେ ଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ | ତେବେ ମନ୍ତ୍ରଣାଳୟର କାର୍ଯ୍ୟ ସ୍ୱାଭାବିକ ଭାବେ ଜାରି ରହିବ ବୋଲି ମନ୍ତ୍ରୀ କହିଥିଲେ। ୬୧ ବର୍ଷୀୟ ମନ୍ତ୍ରୀ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇଯାଇଥିଲେ, କିନ୍ତୁ ପୁଣି ଥରେ କୋଭିଡ ପରବର୍ତ୍ତୀ ଜଟିଳତାକୁ ସାମ୍ନା କରିବାକୁ ପଡିଛି ।

ତେବେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କର ସ୍ୱାସ୍ଥ୍ୟ ହଠାତ୍ ଖରାପ ହେତୁ ଆଜି ଦ୍ୱାଦଶ ପରୀକ୍ଷାକୁ ନେଇ ହେବାକୁ ଥିବା ବୈଠକ ସ୍ଥଗିତ କରାଯାଇପାରେ |

ସମ୍ବନ୍ଧିତ ଖବର