ବେଙ୍ଗାଲୁରୁ : ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ) ଆମେରିକାର ମହାକାଶ ଏଜେନ୍ସି ନାସା ସହ ମିଶି ଏକ ସ୍ୱତନ୍ତ୍ର ଉପଗ୍ରହ ବିକଶିତ କରିଛି। ପାଖାପାଖି ୧୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନିସାର ଉପଗ୍ରହକୁ ନାସାରେ ବିକଶିତ କରାଯାଇଛି। ବୁଧବାର ଏହା ବେଙ୍ଗାଲୁରୁରେ ପହଞ୍ଚିଛି। ଇସ୍ରୋ ମୁଖ୍ୟ ଡକ୍ଟର ଏସ ସୋମନାଥ ନିଜେ ନାସା ଜେଟ୍ ପ୍ରୋପଲସନ ଲାବୋରେଟୋରୀରେ ଏହାକୁ ଗ୍ରହଣ କରିବାକୁ ଯାଇଥିଲେ। ଏହି ଉପଗ୍ରହର ବିଶେଷ କଥା ହେଉଛି ଏହା ଭୂକମ୍ପ, ହିମସ୍ଖଳନ, ସାମୁଦ୍ରିକ ଝଡ଼ ଆଦି ପ୍ରାକୃତିକ ଘଟଣା ବିଷୟରେ ଆଗୁଆ ସୂଚନା ପାଇବ । ଏହା ଭାରତ ଓ ଆମେରିକାର ସର୍ବବୃହତ ମିଳିତ ବିଜ୍ଞାନ ମିଶନ ବୋଲି ବିବେଚନା କରାଯାଏ ।
/sambad/media/post_attachments/wp-content/uploads/2023/03/FnxZeO3XoAUhVTJ.jpg)
ନାସା-ଇସ୍ରୋର ଏହି ଉପଗ୍ରହକୁ ନେଇ ଆମେରିକା ବାୟୁସେନାର ଏକ ସି-୧୭ ପରିବହନ ବିମାନ ବେଙ୍ଗାଲୁରୁରେ ପହଞ୍ଚିଛି। ଉପଗ୍ରହ ଏବଂ ଏହାର ପେଲୋଡ୍ କୁ ଅନେକ ଥର ପରୀକ୍ଷଣ କରାଯାଇଛି। ଆସନ୍ତା ବର୍ଷ ଇସ୍ରୋ ଏହାକୁ ଉତକ୍ଷେପଣ କରିବ। ଏହା ପୂର୍ବରୁ ଏଥିରେ କିଛି ଜରୁରୀ ପରିବର୍ତ୍ତନ କରିବାକୁ ପଡିବ । ଏହା ଇସ୍ରୋର ସବୁଠାରୁ ଶକ୍ତିଶାଳୀ ଜିଏସଏଲଭି-ଏମକେ୨ ରକେଟରୁ ଉତକ୍ଷେପଣ କରାଯିବ । ନିସାର ଉପଗ୍ରହକୁ ବିଶ୍ୱର ସବୁଠାରୁ ଦାମୀ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ବୋଲି କୁହାଯାଉଛି ।
କେଉଁ କାମରେ ଲାଗିବ ଏହି ଉପଗ୍ରହ ?
ଏହି ଉପଗ୍ରହ ଟର୍ନେଡୋ, ଝଡ଼, ଆଗ୍ନେୟଗିରି, ଭୂମିକମ୍ପ, ଗ୍ଲେସିୟର ତରଳିବା, ସାମୁଦ୍ରିକ ଝଡ଼, ଜଙ୍ଗଲୀ ନିଆଁ, ସମୁଦ୍ର ପତ୍ତନ ବୃଦ୍ଧି, ଚାଷ, ଓଦା ମାଟି, ବରଫ ହ୍ରାସ ଇତ୍ୟାଦି ବିଷୟରେ ଆଗୁଆ ସୂଚନା ଦେବ । ଏହି ଉପଗ୍ରହ ପୃଥିବୀ ଚାରିପାଖରେ ଜମା ହୋଇଥିବା ବର୍ଜ୍ୟବସ୍ତୁ ଏବଂ ମହାକାଶରୁ ପୃଥିବୀ ଆଡକୁ ଆସୁଥିବା ବିପଦ ବିଷୟରେ ମଧ୍ୟ ସୂଚନା ପାଇବାରେ ସକ୍ଷମ ହେବ । କେବଳ ଏତିକି ନୁହେଁ, ପୃଥିବୀରେ ହ୍ରାସ ପାଉଥିବା ଗଛ ଓ ଗଛ ଉପରେ ଏହି ଉପଗ୍ରହ ନଜର ରଖିବ। ଆଲୋକର ଅଭାବ ଏବଂ ଏହାର ବୃଦ୍ଧି ବିଷୟରେ ମଧ୍ୟ ନିସାର ସୂଚନା ଦେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/FqtaC9HXsAM32Yt.jpg)