ବରେଲି: ପ୍ରେମ ବିବାହ ପାଇଁ ନିଶାରୁ ରାଧିକା ହେଲେ ଯୁବତୀ। ଇସଲାମ ଛାଡ଼ି ଗ୍ରହଣ କଲେ ସନାତନ। ୟୁପିର ବରେଲିରେ ଘଟିଛି ଏଭଳି ଘଟଣା। ଧର୍ମ କଣ୍ଟା ସାଜୁଥିବାରୁ ଯୁବତୀ ପ୍ରଥମେ ଧର୍ମ ବଦଳାଇ ପରେ ବିବାହ କରିଥିବା ଜଣାଯାଇଛି। ୫ବର୍ଷ ହେଲାଣି ଭଲପାଉଥିବା ରାଜେଶଙ୍କୁ ଶେଷରେ ରାଧିକା ନିଜର ଜୀବନସାଥି କରିପାରିଛନ୍ତି।
ମିଳିଥିବା ସୂଚନା ମୁତାବକ, ରାଜେଶଙ୍କ ସହ ୫ବର୍ଷ ହେଲାଣି ପ୍ରେମସମ୍ପର୍କରେ ଥିବା ରାଧିକା ନିଜ ହାତରେ ତାଙ୍କ ନାମର ଟାଟୁ କରିଥିଲେ। ଏହା ଦେଖିବା ପରେ ତାଙ୍କ ବାପା ବ୍ଲେଡରେ ହାତ କାଟିବା ସହ ତାଙ୍କୁ ମାଡ଼ ମାରିଥିଲେ। ଘର ଲୋକଙ୍କ ମାଡ଼ ଖାଇବା ପରେ ବି ରାଧିକା, ରାଜେଶଙ୍କୁ ବିବାହ କରିବାର ନିଷ୍ପତ୍ତି ବଦଳାଇନଥିଲେ। ମେ’ ୫ରେ ଦୁହେଁ ଘରୁ ଫେରାର ହେବା ପରେ ବରେଲିର ଅଗସ୍ତ ମୁନି ଆଶ୍ରମରେ ପହଞ୍ଚି ଦୁହେଁ ପଣ୍ଡିତ କେକେ ଶଙ୍ଖଧରଙ୍କୁ ଦେଖା କରିଥିଲେ। ପୂରା ଘଟଣା ଜଣାଇବା ପରେ ପଣ୍ଡିତ କେକେ ଶଙ୍ଖଧର ପ୍ରଥମେ ନିଶାଙ୍କ ଧର୍ମ ବଦଳାଇବର ରୀତିନୀତି କରିବା ସହ ଦୁହିଁଙ୍କ ବିବାହ କରିଥିଲେ।
ରାଧିକାଙ୍କ କହିବା ମୁତାବକ, ଆରମ୍ଭରୁ ମୋର ହିନ୍ଦୁ ଧର୍ମ ପ୍ରତି ଭଲପାଇବା ଥିଲା। ହେଲେ ରାଜେଶଙ୍କୁ ଭେଟିବା ପରେ ମୋ ଭଲପାଇବା ଆହୁରି ବଢ଼ିଥିଲା। ତେଣୁ ନିଜ ଇଚ୍ଛାରେ ମୁଁ ଧର୍ମ ବଦଳାଇ ତାଙ୍କୁ ବିବାହ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/t-186.jpg)