‘ସମ୍ବିତ ଚୁପ ରୁହ ନଚେତ ପଙ୍ଖାରେ ଝୁଲେଇଦେବି’; ଜାଣନ୍ତୁ କିଏ,କାହିଁକି ଓ କେଉଁଠି ଏପରି କହିଥିଲେ

ନୂଆଦିଲ୍ଲୀ: ଆଲୋଚନା ବେଳେ ରାଗିଗଲେ ଅତିଥି ଆଉ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଦେଲେ ଚେତାବନୀ | ଏକ ଜାତୀୟ ଗଣମାଧ୍ୟମରେ ଆଲୋଚନା ବେଳେ ରାଜନୈତିକ ବିଶ୍ଳେଷକ ନିଶାନ୍ତ ବର୍ମା, ସମ୍ବିତଙ୍କୁ କଡା ସମାଲୋଚନା କରିବା ସହ ଚେତାବନୀ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ପ୍ରସିଦ୍ଧ ଐତିହାସିକ ରାମଚନ୍ଦ୍ର ଗୁହା, ବ୍ରିଟିଶ ଲେଖକ ଫିଲିପ ସ୍ପ୍ରେଟଙ୍କ ଏକ ଟ୍ୱିଟକୁ ଉଦ୍ଧୃତ କରି ଲେଖିଥିଲେ ଯେ ଗୁଜରାଟ ଆର୍ଥିକ ଦୃଷ୍ଟିରୁ ଉନ୍ନତ କିନ୍ତୁ ସାଂସ୍କୃତିକ ଦୃଷ୍ଟିରୁ ପଛୁଆ ଥିବାବେଳେ ପଶ୍ଚିମବଙ୍ଗ ଆର୍ଥିକ ଦୃଷ୍ଟିରୁ ପଛୁଆ କିନ୍ତୁ ସାଂସ୍କୃତିକ ଦୃଷ୍ଟିରୁ ବହୁ ଆଗରେ ରହିଛି।

ଗୁହାଙ୍କ ଟୁଇଟର ଜବାବରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଥିଲେ ଯେ ବର୍ତ୍ତମାନ କିଛି ଲୋକ ଭାରତୀୟଙ୍କୁ ଭାଗ କରିବାକୁ ଚାହୁଁଛନ୍ତି | ଯାହାକୁ ନେଇ ରିପବ୍ଲିକ ଟିଭିରେ ବିତର୍କ ଆୟୋଜନ କରାଯାଇଥିଲା | ବିଜେପି ପକ୍ଷରୁ ମୁଖପାତ୍ର ସମ୍ବିତ ପାତ୍ର ଏବଂ ରାଜନୈତିକ ବିଶ୍ଳେଷକ ନିଶାନ୍ତ ବର୍ମା ଓ ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ ଥିଲେ |


ଯେତେବେଳେ ସମ୍ବିତ, ନିଶାନ୍ତ ବର୍ମାଙ୍କୁ କହିଥିଲେ ଯେ ତୁମେ ଗୁଜୁରାଟୀମାନଙ୍କୁ ଏତେ ଘୃଣା କାହିଁକି କରୁଛ, ଏଥିରେ ଉତକ୍ଷିପ୍ତ ହୋଇ ନିଶାନ୍ତ କହିଥିଲେ ଯେ ‘ତୁମେ ମିଛ କହିବା ବନ୍ଦ କର, ନହେଲେ ପଙ୍ଖାରେ ଓଲଟା ଟାଙ୍ଗିଦେବି | ଏହାପରେ ଦୁଇଜଣଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବିଗୁଡୁଥିବା ଦେଖି ସୋ ପରିଚାଳକ ହସ୍ତକ୍ଷେପ କରି ମାମଲାକୁ ଶାନ୍ତ କରିବାରେ ସଫଳ ହୋଇଥିଲେ |

ସମ୍ବନ୍ଧିତ ଖବର