ମୁମ୍ବାଇ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଲୋକମାନେ ସୋସିଆଲ ମିଡିଆରେ ନିଜ ନିଜ ଢଙ୍ଗରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ବିଭିନ୍ନ କଳାକାର, କ୍ରିକେଟର ଓ ନେତାମାନେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ନିନ୍ଦା କରିଛନ୍ତି। ଏହି ଆକ୍ରମଣକୁ ନେଇ ଭାରତୀୟ ଜନତା ପାର୍ଟି ନେତା ତଥା ସାଂସଦ ନିଶିକାନ୍ତ ଦୁବେ ଏକ୍ସରେ ଏକ ପୋଷ୍ଟ କରିଥିଲେ, ଯାହା ଏବେ ଚର୍ଚ୍ଚାରେ। ତାଙ୍କ ପୋଷ୍ଟରେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ଦେଇଥିବା ପ୍ରତିକ୍ରିୟା ଏବେ ଦୁବେଙ୍କ ପୋଷ୍ଟକୁ ଚର୍ଚ୍ଚାକୁ ଆଣିଛି।
Bataao… 67 saal ke zyaadaatar Congress sarkaar mein yeh na karna pada.. 2014 ki ‘asli Aazaadi’ ke baad kya haal ho gaya.. https://t.co/AWYXWAwrTN
— Swara Bhasker (@ReallySwara) April 25, 2025
ଲୋକମାନଙ୍କୁ ସେମାନଙ୍କର ଧର୍ମ ପଚାରିବା ପରେ ପହଲଗାମ୍ରେ ଆତଙ୍କୀ ଗୁଳି ଚଳାଇଥିଲେ। ଏହି ଖବର ଉପରେ ଦୁବେ ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟରରେ ଲେଖିଥିଲେ ଯେ, "ଅଶହଦୁ ଅଲ୍ଲାହା ଇଲ୍ଲାହ ଇଲ୍ଲାଲ୍ଲାହୁ ୱହ ଦହୁ ଲା ସରିକ୍ ଲହୁ ୱହ ଅଶହଦୁ ଆନ୍ନା ମହମ୍ମଦନ ଅବଦୁହୁ ୱହ ରସୁଲୁହୁ। ଆଜିକାଲି ମୁଁ କଲମା ଶିଖୁଛି। ଜାଣିନାହିଁ କେବେ ଏହାର ଆବଶ୍ୟକତା ପଡ଼ିବ।" ତାଙ୍କ ପୋଷ୍ଟ ଉପରେ କଟାକ୍ଷ କରି ଅଭିନେତ୍ରୀ ସ୍ୱରା ଲେଖିଥିଲେ, "ମୋତେ କୁହ... ଯେତେବେଳେ କଂଗ୍ରେସ ୬୭ବର୍ଷ ଧରି କ୍ଷମତାରେ ଥିଲା, ସେତେବେଳେ ଏହା କରିବାକୁ ପଡ଼ିନଥିଲା। କିନ୍ତୁ ୨୦୧୪ରେ 'ପ୍ରକୃତ ସ୍ୱାଧୀନତା' ମିଳିବା ପରେ, ପରିସ୍ଥିତି ଏପରି ହୋଇଗଲା।" ଏହାର ଉତ୍ତର ଦେଇ ନିଶିକାନ୍ତ ଦୁବେ ଲେଖିଛନ୍ତି, "ଧର୍ମ ପରିବର୍ତ୍ତନ କରିଥିବା ମୁଲ୍ଲାମାନେ ମଧ୍ୟ ଏବେ ଜ୍ଞାନ ଦେଉଛନ୍ତି?"
धर्म परिवर्तन करने वाले मुल्ले भी ज्ञान बॉंट रहे हैं? https://t.co/oOONEkMwY2
— Dr Nishikant Dubey (@nishikant_dubey) April 25, 2025
ତେବେ ସ୍ବରାଙ୍କ ଏଭଳି ପ୍ରତିକ୍ରିୟା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ଟ୍ରୋଲ କରିଛନ୍ତି।