ଭୁବନେଶ୍ୱର: ନୀତା ମୁକେଶ ଅମ୍ବାନି କଲ୍ଚରାଲ୍ ସେଂଟର୍ ଖୋଲିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି। ଆଜି ଏହି ସେଂଟରକୁ ଉଦ୍ଘାଟନ କରାଯିବ। ଏଥିପାଇଁ ଦିନ ସାରା ବିଭିନ୍ନ ସୋ’ ଆୟୋଜିତ ହେବ। ସେଥିରେ ଦେଶବିଦେଶର କଳାକାର, ବଲିଉଡ୍ ଓ ହଲିଉଡ୍ ତାରକାମାନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସେଂଟର ଶୁଭାରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଗତକାଲି ରାମ ନବମୀ ଅବସରରେ ନୀତା ଅମ୍ବାନି କଲଚାଲ ସେଂଟର ପହଂଚି ପୂଜାର୍ଚ୍ଚନା କରିଥିଲେ।
କଲ୍ଚରାଲ୍ ସେଂଟର ଉଦ୍ଘାଟନୀ ଅବସରରେ ‘ସ୍ୱଦେଶ’ ନାମକ ଏକ ସ୍ୱତନ୍ତ୍ର କଳା ଓ ଶିଳ୍ପ ପ୍ରଦର୍ଶନୀ ଆୟୋଜନ କରାଯିବ । ‘ଦି ଗ୍ରେଟ୍ ଇଣ୍ଡିଆନ୍ ମ୍ୟୁଜିକାଲ୍: ସିଭିଲାଇଜେସନ ଟୁ ନେସନ୍’ ନାମକ ଏକ ସଙ୍ଗୀତମୟ ନାଟକ ବି ପ୍ରଦର୍ଶିତ ହେବ। ଭାରତୀୟ ପୋଷାକ ପରିଚ୍ଛଦକୁ ବର୍ଣ୍ଣନା କରୁଥିବା ‘ଇଣ୍ଡିଆ ଇନ୍ ଫେସନ୍’ ନାମକ ଏକ ପୋଷାକ କଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ଭାରତୀୟ ସାଂସ୍କୃତିକ ପରମ୍ପରାର ସାରା ଦୁନିଆ ଉପରେ ପ୍ରଭାବକୁ ପ୍ରଦର୍ଶିତ କରିବା ଲାଗି ‘ସଙ୍ଗମ’ ନାମରେ ଏକ ଭିଜୁଆଲ ଆର୍ଟ ସୋ’ ଅନୁଷ୍ଠିତ ହେବ।
ନୀତା ମୁକେଶ ଅମ୍ପାନି କଲଚରାଲ୍ ସେଂଟର ହେଉଛି ଦେଶରେ ଏଭଳି ଧରଣର ପ୍ରଥମ ସାଂସ୍କୃତିକ କେନ୍ଦ୍ର। ଭାରତୀୟ ଓ ଆନ୍ତର୍ଜାତିକ କଳାକାରମାନଙ୍କ ପ୍ରଦର୍ଶନୀ ପାଇଁ ଏଥିରେ ୧୬ ହଜାର ବର୍ଗଫୁଟରେ ବ୍ୟାପ୍ତ ଏକ ଚାରି ମହଲା ଆର୍ଟ ହାଉସ୍ ରହିଛି। ୮୭୦୦ ସ୍ୱାରୋକ୍ସି କ୍ରିଷ୍ଟାଲ୍ରେ ସଜ୍ଜିତ ପଦ୍ମ ଆକୃତିର ଏକ ଝୁମର ମଧ୍ୟ ରହିଛି। ଦୁଇ ହଜାର ସିଟ୍ ବିଶିଷ୍ଟ ଏକ ବିଶାଳ ଥିଏଟର ମଧ୍ୟ ଏଥିରେ ରହିଛି। ଏଥିରେ ଦେଶର ସବୁଠୁ ବଡ଼ ଅର୍କେଷ୍ଟ୍ରା ପିଟ୍କୁ ପ୍ରସ୍ତୁତ କରାଯାଇଛି। ଛୋଟ ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ଲାଗି ଷ୍ଟୁଡିଓ ଥିଏଟର ଓ ଦି କ୍ୟୁବ୍ ଭଳି ସୁନ୍ଦର ଥିଏଟର ରହିଛି। ଏହି ସବୁ ବ୍ୟବସ୍ଥାରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି।
ଏହି ଅବସରରେ ନୀତା ଅମ୍ବାନି କହିଛନ୍ତି ଯେ, ‘କଲଚାଲ ସେଂଟର ସ୍ୱପ୍ନକୁ ସାକାର କରିବା ମୋ ପାଇଁ ଏକ ପବିତ୍ର ଯାତ୍ରା ଭଳି ଥିଲା। ଆମେ ଏଭଳି ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଚାହୁଥିଲୁ ଯେଉଁଥିରେ ଆମ ସାଂସ୍କୃତିକ ପରମ୍ପରା ଆହୁରି ସମୃଦ୍ଧ ହେବ। ସିନେମା ହେଉ ଅଥବା ସଙ୍ଗୀତ, ନୃତ୍ୟ ହେଉ ଅଥବା ନାଟକ, ସାହିତ୍ୟ ହେଉ ଅଥବା ଲୋକକଥା, କଳା ହେଉ ଅଥବା ଶିଳ୍ପ, ବିଜ୍ଞାନ ହେଉ ଅଥବା ଆଧାତ୍ମ୍ୟ। କଲଚରାଲ ସେଂଟରରେ ଦେଶ ଓ ଦୁନିଆର ଉତ୍କୃଷ୍ଟ କଳା ପ୍ରଦର୍ଶନୀ ଆୟୋଜନ କରିବା ସମ୍ଭବ ହେବ। ଦୁନିଆର ସର୍ବଶ୍ରେଷ୍ଠ କଳା ଓ କଳାକାରମାନଙ୍କୁ ଭାରତକୁ ସ୍ୱାଗତ କରାଯିବ।’
ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରରେ ଶିଶୁ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ପ୍ରବେଶ ଅନୁମତି ପ୍ରଦାନ କରାଯିବ । ସ୍କୁଲ କଲେଜର ଆଉଟ୍ରିଚ୍ ପ୍ରୋଗ୍ରାମ, କଳା ଶିକ୍ଷକମାନଙ୍କ ପୁରସ୍କାର କାର୍ଯ୍ୟକ୍ରମ, ଗୁରୁ ଶିଷ୍ୟ ପରମ୍ପରା କାର୍ଯ୍ୟକ୍ରମ ଭଳି ସବୁ ପ୍ରକାର କାର୍ଯ୍ୟକ୍ରମ ସେଂଟରରେ ଆୟୋଜନ କରିବା ଉପରେ ଧ୍ୟାନ ଦିଆଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Untitled-154.jpg)