ମୁମ୍ବାଇ: ମହାରାଷ୍ଟ୍ରରେ ଗୁରୁବାର କଂଗ୍ରେସର ଜଣେ ବିଧାୟକଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି। ସମସ୍ତଙ୍କ ସମ୍ମୁଖରେ ସେ ଜଣେ ଇଞ୍ଜିନିୟରଙ୍କ ଉପରେ ବାଲଟିଏ କାଦୁଅ ଫିଙ୍ଗି ଥିଲେ। କେବଳ ଏତିକି ନୁହେଁ, ଏହି ଘଟଣା ପରେ ଇଞ୍ଜିନିୟରଙ୍କୁ ପୋଲରେ ବାନ୍ଧି ପକାଇ ଥିଲେ। ଏଭଳି ଏକ ମାମଲା ମୁମ୍ବାଇ-ଗୋଆ ହାଇେଓ୍ଵ ନିକଟସ୍ଥ କଣକବଲିରେ ଘଟିଛି। ଏଠାକୁ ଆଜି ବିଧାୟକ ନିତେଶ ନାରାୟଣ ରାଣେ ତାଙ୍କ ସମର୍ଥକଙ୍କ ସମେତ ପୋଲର ଯାଞ୍ଚ ପାଇଁ ପହଞ୍ଚିଥିଲେ।

Advertisment

publive-image

ଯାଞ୍ଚ ସମୟରେ  ରାସ୍ତାରେ ସେମାନଙ୍କୁ ଅନେକ ଗାଡ଼ ଥିବା ଦେଖିବାକୁ ମିଳିଥିଲା। ଫଳରେ ବିଧାୟକ ନିତେଶ ନାରାୟଣ ରାଣେ କ୍ଷୁବ୍ଧ ହୋଇ ଯାଇଥିଲେ। ଏହାପରେ ସେ ଇଞ୍ଜିନିୟର ପ୍ରକାଶ ସେଡେକରଙ୍କୁ ଡକାଇ ଘଟଣା ବିଷୟରେ ଆଲୋଚନା କରିଥିଲେ। ରାଣେ ଏହି ଘଟଣାକୁ ନେଇ ଏତେ ରାଗି ଯାଇଥିଲେ ଯେ, ସେ ସମର୍ଥକଙ୍କ ଦ୍ୱାରା ଇଞ୍ଜିନିୟରଙ୍କ ଉପରେ ବାଲଟିଏ କାଦୁଆ ଆଣି ପକାଇ ଦେଇଥିଲେ ଏବଂ ତାଙ୍କୁ ପୋଲରେ ବାନ୍ଧି ପକାଇଥିଲେ।

ଏହି ଘଟଣାର ଭିଡିଓ ପାଖଆଖର ଲୋକମାନେ ନିଜନିଜ ଫୋନ୍‌ରେ କୈଦ୍‌ କରି ନେଇଥିଲେ। ଯାହାକି କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ଅନେକ ଟିଭି ଚାନେଲ୍‌ରେ ମଧ୍ୟ ଏହି ଘଟଣା ପ୍ରସାରଣ ହୋଇଥିଲା। କେବଳ ଏତିକି ନୁହେଁ, ରାଣେ ବି ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଘଟଣାର କ୍ଲିପ୍‌ ସେୟାର କରିଛନ୍ତି।