ସିଲ ହେଲା ନୀତି ଆୟୋଗର କାର୍ଯ୍ୟାଳୟ, କର୍ମଚାରୀ କରୋନା ପଜିଟିଭ ପରେ ନିଆଗଲା ପଦକ୍ଷେପ

ନୂଆଦିଲ୍ଲୀ: ପ୍ରଥମେ ରାଷ୍ଟ୍ରପତି ଭବନ, ଏହା ପରେ ସୁପ୍ରିମକୋର୍ଟ ଓ ଏବେ ନୀତି ଆୟୋଗର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ନୀତି ଆୟୋଗର କାର୍ଯ୍ୟାଳୟକୁ ସିଲ କରାଯାଇଛି | ନୀତି ଆୟୋଗର ଜଣେ ଅଧିକାରୀ କରୋନା ପଜିଟିଭ୍ ଜଣାପଡିବା ପରେ ଦୁଇ ଦିନ ଧରି କୋଠାକୁ ସିଲ୍ କରାଯାଇଛି।

ପୁଙ୍ଖାନୁପୁଙ୍ଖ ସାନିଟାଇଜେସନ୍ ପାଇଁ ଦୁଇ ଦିନ ବିଲ୍ଡିଂକୁ ସିଲ୍ କରିବା ସହିତ ଆବଶ୍ୟକ ପ୍ରୋଟୋକଲ୍ ପାଳନ କରାଯାଉଛି ବୋଲି ନୀତି ଆୟୋଗର ଡେପୁଟି ସେକ୍ରେଟେରୀ (ପ୍ରଶାସନ) ଅଜିତ କୁମାର ଏହି ସୂଚନା ଦେଇଛନ୍ତି |


ଏଠାରେ ସୂଚନା ଥାଉ କି ଗତକାଲି ସୁପ୍ରିମକୋର୍ଟରେ କାମ କରୁଥିବା ଜଣେ ଆଣ୍ଟେଣ୍ଡାଣ୍ଟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କ କଣ୍ଟାଣ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା । ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ କ୍ୱାରାଣ୍ଟଇନ କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଜଣ ରେଜିଷ୍ଟ୍ରାରଙ୍କୁ ମଧ୍ୟ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନକୁ ପଠାଇଦିଆଯାଇଛି ।

ସମ୍ବନ୍ଧିତ ଖବର