ରାସ୍ତା କାମ ପାଇଁ ସୁଯୋଗ ଆଣିଛି ଲକ୍‌ଡାଉନ୍‌, ରାଜପଥ ନିର୍ମାଣ ଚାଲୁ କରିବେ କେନ୍ଦ୍ରମନ୍ତ୍ରୀ ଗଡ଼କରି

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍ ସ୍ଥିତି ଯୋଗୁଁ ଦେଶବ୍ୟାପୀ ଯାବତୀୟ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ରହିଛିା ତେବେ ରାଜପଥ ନିର୍ମାଣ ପାଇଁ ଏହାକୁ ଏକ ସୁଯୋଗ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରି ବିଚାର କରୁଥିବା ଜଣାଯାଇଛିା ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରତିଷେଧକ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇପାରିଲେ ତାହା ସମୟୋଚିତ ପଦକ୍ଷେପ ହେବ ବୋଲି ସେ ଆଶା ରଖିଛନ୍ତିା ଏହାଦ୍ବାରା ରାଜପଥ ନିର୍ମାଣ ବେଳେ ଦେଖାଦେଉଥିବା ରାସ୍ତା ଅବରୋଧ ଆଉ ସାମନା କରିବାକୁ ପଡି଼ବ ନାହିାଁ ଫଳରେ ନିର୍ମାଣ କାର୍ଯ୍ୟ ବେଶ୍ ତ୍ବରାନ୍ବିତ ହୋଇପାରିବା ଏଥି ସହିତ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ଅଟକି ରହିଥିବା ଅନ୍ୟରାଜ୍ୟର ଶ୍ରମିକମାନଙ୍କୁ ରୋଜଗାରର ପନ୍ତ୍ରା ମଧ୍ୟ ମିଳିଯିବା ଏହାଦ୍ବାରା ସେମାନଙ୍କ ଲକ୍ଡାଉନ୍ ଜନିତ ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ବୋଲି ସେ ଆଶାବାଦୀ ଅଛନ୍ତିା

ଏ ସମ୍ପର୍କରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଛି ଏବଂ ଅଧାରୁ ବନ୍ଦ ରହିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟଗୁଡି଼କୁ ପୁଣି ଚାଲୁକରିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଗଡ଼କରି କହିଛନ୍ତିା ତେବେ ସର୍ବୋପରି ଏହାଦ୍ବାରା କରୋନା ଭୂତାଣୁର ସଂକ୍ରମଣ ଯେପରି ନହୁଏ ସେ ସଂକ୍ରାନ୍ତ ସରକାରଙ୍କ ଦ୍ବାରା ପ୍ରଣୀତ ପରାମର୍ଶଗୁଡି଼କ ମାନିବା ସହ ଯାବତୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ହିଁ ନିର୍ମାଣ ଚାଲୁ ଦିଗରେ ଯାହା କିଛି କରାଯିବା ସୂଚନା ଥାଉ କି, ବର୍ତ୍ତମାନ ସୁଦ୍ଧା ମୋଟ ୨୮, ୪୩୨ କିମି ଦୈର୍ଘ୍ୟ ବିଶିଷ୍ଟ ୭୭୩ଟି ରାଜୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଛିା ତେଣୁ ଗଡ଼କରିଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରିଲେ ଅନ୍ତତଃ ବର୍ତ୍ତମାନ ରାସ୍ତା ଅବରୋଧଜନିତ ସାମୟିକ ସମସ୍ୟାରୁ ମୁକ୍ତ ରହି ରାସ୍ତା ନିର୍ମାଣ ତୀବ୍ର ହୋଇପାରିବା ଏଥି ସହିତ ନିଜ ଭିଟାମାଟିକୁ ଫେରିବା ପାଇଁ ଅପେକ୍ଷା କରି ରହିଥିବା ଦାଦନ ଶ୍ରମିକମାନଙ୍କୁ ସେମାନେ ଅଟକ ଥିବା ରାଜ୍ୟରେ ଏପରି ନିର୍ମାଣ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କୁ ରୋଜଗାର ଉପଲବ୍ଧ କରାଯାଇପାରିବ ବୋଲି ଆଶା କରାଯାଉଛିା

ସମ୍ବନ୍ଧିତ ଖବର