ନୂଆଦିଲ୍ଳୀ: ଜାତୀୟ ରାଜନୀତିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ ନାମ। ଭାରତରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପାଇଁ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ନୀତିନ ଗଡକରୀଙ୍କୁ 'ହାଇୱେ ମ୍ୟାନ୍ ଅଫ୍ ଇଣ୍ଡିଆ' ମଧ୍ୟ କୁହାଯାଏ। ଦେଶର ବିକାଶ ପାଇଁ ସର୍ବଦା ଆଗରେ ଥିବା ନୀତିନ ଗଡ଼କରୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ଗଡକରୀ' ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହାର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି।

Advertisment

ନିକଟରେ ସୋସିଆଲ ମିଡିଆରେ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରର କାହାଣୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ରାଜନ ଭୂସାରୀ।  'ଗଡକରୀ'ରେ ନୀତିନ ଗଡ଼କରୀ ଭୂମିକାରେ କିଏ ଅଭିନୟ କରିବେ? ଏହା ଜାଣିବା ପାଇଁ ଦର୍ଶକ ଉତ୍ସାହିତ ଅଛନ୍ତି। ଲୋକମାନେ 'ଗଡକରୀ’ ଚଳଚ୍ଚିତ୍ରର ଟ୍ରେଲର ଏବଂ ଟିଜରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଫିଲ୍ମ ବିଷୟରେ ନିର୍ଦ୍ଦେଶକ ଅନୁରାଗ ଭୁସାରୀ କୁହନ୍ତି, 'ନୀତିନ ଗଡକରୀଙ୍କ ରାଜନୀତିରେ କ୍ୟାରିୟର ବହୁତ ଭଲ। ସେ ଜଣେ ବିଦ୍ୱାନ, ପ୍ରଭାବଶାଳୀ ବକ୍ତା, ବଡ଼ ଚିନ୍ତାଧାରାର ନେତା। ଲୋକମାନେ ତାଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ଜାଣନ୍ତି। ଅନେକ ଲୋକ ଏହି ନେତାଙ୍କ ରାଜନୈତିକ ଯାତ୍ରା ସଂପର୍କରେ ଜାଣନ୍ତି, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଗତ କିଛି ବର୍ଷ ମଧ୍ୟରେ ଅନେକ ନେତାଙ୍କ ବାୟୋପିକ୍ ଦର୍ଶକଙ୍କ ମନକୁ ଛୁଇଁଛି। 'ଠାକରେ', ' ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍‌ ମିନିଷ୍ଟର୍‌', 'ଥଲାଇଭି’, ‘ପିଏମ୍‌  ନରେନ୍ଦ୍ର ମୋଦୀ'ଙ୍କ ଭଳି ବାୟୋପିକ୍ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛି। ବର୍ତ୍ତମାନ ଲୋକମାନେ ଉତ୍ସାହର ସହିତ ଗଡକରୀଙ୍କ ବାୟୋପିକ୍ ପାଇଁ ଅପେକ୍ଷା କରିଛନ୍ତି।