ଆମେରିକା ଭଳି ହେବ ଭାରତର ରାସ୍ତା, ଦିଲ୍ଲୀରୁ ଏହି ସବୁ ସ୍ଥାନକୁ ଯିବା ପାଇଁ ଲାଗିବ କମ ସମୟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ବଡ଼ ଘୋଷଣା। ଆଗମୀ କିଛି ବର୍ଷ ମଧ୍ୟରେ ଆମେରିକା ଭଳି ହେବ ଭାରତର ରାସ୍ତା। ଶୁକ୍ରବାର ଦିନ ଏଜେଣ୍ଡା ଆଜ ତକ ୨୦୨୨ରେ ଯୋଗ ଦେଇ ଏଭଳି ଘୋଷଣା କରିଛନ୍ତି ନିତିନ ଗଡକରୀ। ସେ ଦାବି କରିଛନ୍ତି ଯେ ମୁଁ  ୨୦୨୪ ଶେଷ ସୁଦ୍ଧା ଦେଶରେ ଆମେରିକା ଭଳି ସଡ଼କ ତିଆରି କରିବି।

ନିତିନ ଗଡକରୀ କହିଛନ୍ତି ଯେ, ଦିଲ୍ଲୀରେ ପ୍ରାୟ ୬୦ହଜାର କୋଟି ଟଙ୍କା ମୂଲ୍ୟର ଏକ ରାସ୍ତା ନିର୍ମାଣ କରାଯିବା ସହ ଦେଶରେ ୨୬ଟି ଗ୍ରୀନ ହାଇୱେ ନିର୍ମାଣ ହେବ। ଏହା ହେବା ଦ୍ବାରା ଆପଣ ଦିଲ୍ଲୀରୁ ଜୟପୁର, ଦିଲ୍ଲୀରୁ ହରିଦ୍ୱାର, ଦିଲ୍ଲୀରୁ କଟରା, ଦିଲ୍ଲୀରୁ ଅମୃତସର, ଦିଲ୍ଲୀରୁ ଡେରାଡୁନକୁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଯାଇପାରିବେ। ଆପଣ ମାତ୍ର ୧୨ଘଣ୍ଟାରେ ଦିଲ୍ଲୀରୁ ମୁମ୍ବାଇକୁ ମଧ୍ୟ ଯାଇପାରିବେ।

ସେ ଆହୁରି କହିଛନ୍ତି ଯେ, ମୁଁ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଗ୍ରୀନ ହାଇୱେ ତିଆରି କାମ ଆରମ୍ଭ କରିବାକୁ ଚେଷ୍ଟା କରୁଛି। ୨୦୨୪ ଶେଷ ସୁଦ୍ଧା  ୟୁପି-ବିହାର ସମେତ ସମଗ୍ର ଦେଶର ସଡକ ଭିତ୍ତିଭୂମି ଆମେରିକା ସହିତ ସମାନ ହେବ। ଯେତେବେଳେ ବି ମୁଁ କୌଣସି ସ୍ଥାନକୁ ଯାଏ ଏବଂ କହେ ଯେ ମୁଁ ଏଠାରେ ଏକ ରାସ୍ତା ତିଆରି କରିବି, ମୋର ସେ କଥାକୁ ବିରୋଧୀଦଳମାନେ ମଧ୍ୟ ବିଶ୍ବାସ କରନ୍ତି। ତେବେ ରାସ୍ତା ଭଲ ହେଉଥିବାରୁ ଆମେ ସ୍ପିଡ ଲିମିଟ ସମ୍ବନ୍ଧୀୟ ନିୟମ ମଧ୍ୟ ପରିବର୍ତ୍ତନ କରିବୁ। ମୁଁ ସମସ୍ତ ରାଜ୍ୟର ପରିବହନ ମନ୍ତ୍ରୀଙ୍କ ସହ ଦିଲ୍ଲୀରେ ଏକ ବୈଠକ କରିବାକୁ ଯାଉଛି, ଯେଉଁଠି ଏନେଇ ଆଲୋଚନା ହେବ।

ସମ୍ବନ୍ଧିତ ଖବର