ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ନୀତୀନ ଗଡ଼କରୀ

ନୂଆଦିଲ୍ଲୀ : କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଶନିବାର ଦିନ ନାଗପୁରସ୍ଥିତ ଗଣେଶପେଠର ସେଂଟ୍ରାଲ୍ ବସ୍ ଷ୍ଟେସନଠାରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆର୍‌ଟିଏଚ୍) ଦ୍ୱାରା ଆୟୋଜିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏକ ଫଟୋ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ।

ଶ୍ରୀ ଗଡକରୀ ଏହି ଅବସରରେ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପାଳିତ ହେଉଥିବା ଆଜାଦୀର ଅମୃତ ମହୋତ୍ସବ ପାଳନ ଉଦ୍ଦେଶ୍ୟରେ ଏମ୍ଓଆର୍‌ଟିଏଚ୍ ସାରା ଦେଶରେ ୭୫ଟି ବସ୍ ଷ୍ଟେସନରେ ପ୍ରଦର୍ଶନୀର ଆୟୋଜନ କରୁଛି। ଏହି ପ୍ରଦର୍ଶନୀଗୁଡିକ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଭାରତକୁ ସ୍ୱାଧୀନ କରିବା କ୍ଷେତ୍ରରେ ଯେଉଁ ବୀରପୁରୁଷ ଏବଂ ମହିଳାମାନଙ୍କର ଅବଦାନ ରହିଛି ଏବଂ ଯେଉଁମାନେ ନିଜ ଜୀବନର ବଳିଦାନ ଦେଇଛନ୍ତି ସେମାନଙ୍କୁ ଚିତ୍ରିତ କରିବ।

ସମ୍ବନ୍ଧିତ ଖବର