ନାଗପୁର:ମହାରାଷ୍ଟ୍ରର ନାଗପୁର ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟିର ପୂର୍ବତନ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ କଂଗ୍ରେସ ନେତାମାନେ ତାଙ୍କୁ ଫୋନ୍ କଲ କରୁଛନ୍ତି ଓ ସେମାନେ କହୁଛନ୍ତି କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି, ମାତ୍ର ହୃଦୟ ଆପଣଙ୍କ ସହିତ ଅଛି। ଆପଣ ବିଜୟ ପାଇଁ ଆଶ୍ୱସ୍ତ ରହନ୍ତୁ।
ନାଗପୁରର ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ନିତିନ ଗଡ଼କାରୀ କହିଛନ୍ତି ଯେ କଂଗ୍ରେସର ଅଧିକାଂଶ କାର୍ଯ୍ୟକର୍ତ୍ତା ତାଙ୍କୁ ସମର୍ଥନ କରୁଛନ୍ତି। ନିତିନ ଗଡ଼କାରୀ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ନେଇ ବେଶ୍ ଆଶ୍ୱସ୍ତ ଅଛନ୍ତି। ସେ କହିଛନ୍ତି ଯେ ତାଙ୍କ ମନ୍ତ୍ରୀତ୍ୱ କାଳରେ ଯେଉଁ ସବୁ ଉନ୍ନତ ମୂଳକ କାର୍ଯ୍ୟ ହୋଇଛି,ତାହା ଆଗରୁ କେବେ ବି ହୋଇ ନଥିଲା। ନାଗପୁରରୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଦ୍ୱିତୀୟ ଥର ଲାଗି ଲୋକସଭା ନିର୍ବାଚନ ଲଢୁଛନ୍ତି। ଏଠାରେ ଶିବସେନାର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ତାଙ୍କୁ ଦୃଢ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ନିତିନ ଗଡ଼କରୀ।