ବିଫଳତା ବିଜୟରେ ପରିଣତ ହୋଇପାରେ: ନୀତିନ ଗଡ଼କରୀ

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ନୀତିନ ଗଡ଼କରୀ ଆଜି ମହାରାଷ୍ଟ୍ର ରାଜନୀତି ପ୍ରସଙ୍ଗରେ ରାଜନୀତିକୁ କ୍ରିକେଟ୍‌ ସହ ତୁଳନା କରିଛନ୍ତି। ଗଡ଼କରୀ କହିଛନ୍ତି ଉଭୟ କ୍ରିକେଟ୍‌ ଏବଂ ରାଜନୀତିରେ କିଛି ବି ଘଟିପାରେ। ବିଫଳତା ବି ବିଜୟରେ ପରିଣତ ହୋଇପାରେ। ଖେଳରେ‌ ଯେମିତି ଜଣେ ହାରୁହାରୁ ଜିତିଯାଇ ଥାଏ ଠିକ୍‌ ସେମିତି ରାଜନୀତିରେ ବି ଜଣେ ହାରିବା ସ୍ଥିତିରେ ବି ଜିତିଯାଏ। ତେଣୁ ଏଥିରେ ଚିନ୍ତା କରିବାର କିଛି ନାହିଁ। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାରାଷ୍ଟ୍ରରେ ବିଜେପିର ସରକାର ଗଠନରେ ବିଫଳତା ପ୍ରସଙ୍ଗରେ ଗଡ଼କରୀ ଏକ ପ୍ରଶ୍ନର ଉତ୍ତରରେ ଏକଥା କହିଛନ୍ତି। ଗଡ଼କରୀ କହିଛନ୍ତି, ସେ ଦିଲ୍ଲୀରେ ଅଧିକାଂଶ ସମୟ ରହୁଥିବାରୁ ମହାରାଷ୍ଟ୍ର ରାଜନୀତି ସଂକ୍ରାନ୍ତରେ ବିଶେଷ କିଛି ଜାଣନ୍ତି ନାହିଁ।

ସମ୍ବନ୍ଧିତ ଖବର