ପ୍ରିୟଙ୍କାଙ୍କ ବିଜେପି ବିରୋଧୀ ନାରାବାଜିର ଜବାବ ଦେଲେ ଗଡକରୀ: ମୁଁ ଜଳପଥ ତିଆରି କରିଥିବାରୁ ପ୍ରିୟଙ୍କା ଗାନ୍ଧି ଗଙ୍ଗା ଯାତ୍ରା କରି ପାରିଲେ

ନୂଆଦିଲ୍ଲୀ : କଂଗ୍ରେସର ମହାସଚିବ ହୋଇ ସକ୍ରିୟ ରାଜନୀତିରେ ଯୋଗ ଦେବା ପରେ ଏବେ ରାଲି କରି ସମର୍ଥକ ବଢ଼ାଇବାରେ ଲାଗି ପଡ଼ିଛନ୍ତି ପ୍ରିୟଙ୍କା ଗାନ୍ଧୀ । ବିଭିନ୍ନ ସ୍ଥାନକୁ ଯାଇ ପ୍ରିୟଙ୍କା ଗାନ୍ଧୀ ନିଜ ଦଳର କାର୍ଯ୍ୟକର୍ତ୍ତା ଏବଂ ସମର୍ଥକମାନଙ୍କୁ ଭେଟିବା ସହ ବିରୋଧି ଦଳ ବିରୋଧରେ ନାରାବାଜି କରୁଥିବା ଦେଖା ଯାଉଛି । କିଛି ଦିନ ତଳେ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶରେ ଯାଇ ପହଞ୍ଚିଥିଲେ । ସେଠରେ ଦଳର ମୁଖ୍ୟ ନେତା, କାର୍ଯ୍ୟକର୍ତ୍ତା ଏବଂ ସମର୍ଥକମାନଙ୍କୁ ଭେଟି ସେ ଆଗାମୀ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ । ଏହା ସହ ଗଙ୍ଗା ନଦୀରେ ଆଲ୍ହାବାଦ୍‌ରୁ ବାରଣାସୀ ପର୍ଯ୍ୟନ୍ତ ଡ଼ଙ୍ଗାରେ ଯାତ୍ରା କରି ଲୋକମାନଙ୍କୁ ଭେଟିଥିଲେ ପ୍ରିୟଙ୍କା ଗାନ୍ଧୀ । ଲୋକମାନଙ୍କ ଦୁଃଖସୁଖ ବୁଝିବା ସହ ବିଜେପିକୁ ନେଇ କଟାକ୍ଷ କରିଥିବା ଦେଖା ଯାଇଥିଲା ।

oneindia.com

ଏ ବିଷୟରେ ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉଚିତ୍‌ ଜବାବ ଦେଇଥିବା ଦେଖା ଯାଇଛି । “ଯଦି ମୁଁ ଗଙ୍ଗାନଦୀରେ ଆଲ୍ହାବାଦ୍‌ରୁ ବାରଣାସୀ ପର୍ଯ୍ୟନ୍ତ ଜଳପଥ ତିଆରି ନ କରିଥାନ୍ତି, ତେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେମିତି ଯାତ୍ରା କରିଥାନ୍ତେ? ଏହା ସହ ସେ ଯାତ୍ରା କରିବା ସମୟରେ ଗଙ୍ଗା ଜଳ ପିଇଥିଲେ । ଏଭଳି ସେ ୟୁପିଏ ସରକାର ଥିବା ସମୟରେ କରି ପାରିଥାନ୍ତେ କି ? ଡ଼ଙ୍ଗାରେ ବସିବା ସମୟରେ ତାଙ୍କୁ ବିଜେପି ସରକାର ଏ ସବୁ ସମ୍ଭବ କରି ଦେଖାଇଛନ୍ତି ବୋଲି କହିବାର ଥିଲା । କିନ୍ତୁ ସେ ସେପରି କଲେ ନାହିଁଁ” ବୋଲି କହିଥିଲେ ନୀତିନ ଗଡକରୀ । ଏହା ସହ ୨୦୨୦ ପର୍ଯ୍ୟନ୍ତ ଗଙ୍ଗା ଜଳ ୧୦୦ପ୍ରତିଶତ ସଫା ହୋଇଯିବ ବୋଲି କହିଥିଲେ ନୀତିନ ଗଡକରୀ ।

ସମ୍ବନ୍ଧିତ ଖବର