ମୁଁ ଯଦି ନିର୍ବାଚନ ଲଢ଼ିଥାନ୍ତି ତିନିଗୁଣ ଅଧିକ ଭୋଟ ପାଇଥାନ୍ତି: ନିତିନ ପଟେଲ

ଅହମ୍ମଦାବାଦ: ଗୁଜୁରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ବରିଷ୍ଠ ପଟିଦାର ନେତା ନିତିନ ପଟେଲ ଗୁଜୁରାଟରେ ଟିକେଟ୍ ବଣ୍ଟନ ପୂର୍ବରୁ ଏକ ଚିଠି ଲେଖି ଘୋଷଣା କରିଥିଲେ ଯେ ସେ କେବଳ ଗୁଜୁରାଟରେ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା | ଆଉ ଏହାପରେ ବିଜେପି ପକ୍ଷରୁ ତାଙ୍କୁ ଟିକେଟ ବି ମିଳିନଥିଲା | ଏହାକୁ ନେଇ ଅନେକ ଚର୍ଚ୍ଚା ପରେ ଆଜି ମୁହଁ ଖୋଲିଛନ୍ତି ନିତିନ | ସେ କହିଛନ୍ତି ଯେ ଦଳ ବିରୋଧରେ ତାଙ୍କର କୌଣସି କ୍ରୋଧ ନାହିଁ। ବରଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବା ତାଙ୍କର ନିଷ୍ପତ୍ତି ଥିଲା । ଦଳ କୌଣସି ଚାପ ପକାଇ ନଥିଲା। ତେବେ ସେ କହିଛନ୍ତି ଯେ ଯଦି ସେ ଏଥର ନିର୍ବାଚନ ଲଢ଼ିଥାନ୍ତେ ତେବେ ତାଙ୍କ ବିଜୟ ବ୍ୟବଧାନ ଗତ ନିର୍ବାଚନ ତୁଳନାରେ ତିନି ଗୁଣ ଅଧିକ ହୋଇଥାନ୍ତା। ବାସ୍ତବରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବା ପଛରେ ଦଳ ପକ୍ଷରୁ ଚାପ ପ୍ରୟୋଗ ହୋଇଥିଲା କି?

ଏହାର ଉତ୍ତରରେ ସେ କହିଛନ୍ତି ଯେ ନିର୍ବାଚନ ନ ଲଢ଼ିବା ମୋର ନିଜସ୍ୱ ନିଷ୍ପତ୍ତି ଥିଲା | ଦଳ ପକ୍ଷରୁ କୌଣସି ଚାପ କିମ୍ବା ସେପରି କୌଣସି ନିର୍ଦ୍ଦେଶନାମା ନଥିଲା। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ଦିଲ୍ଲୀରେ ଘୋଷଣା ହେବା ପୂର୍ବରୁ ମଧ୍ୟ ମୁଁ ମୋର ରାଜ୍ୟ ସଭାପତିଙ୍କୁ ଭେଟି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ କହିଥିଲି।ସେହିପରି ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ଦଳ ଆପଣଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିବାର କଣ ପାଇଁ ଚର୍ଚ୍ଚା ହୋଇଥିଲା | ସଁ କହିଛନ୍ତି ଯେ ମୁଁ ଜଣେ ଛଅ ଥର ବିଧାୟକ | ମୁଁ ନଅଟି ବିଭାଗର ମନ୍ତ୍ରୀ ହୋଇସାରିଛି। ଗୁଜୁରାଟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଥିଲି । ଗୁଜୁରାଟର ସମସ୍ତ ବଡ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିଥିଲି। ଲକ୍ଷ ଲକ୍ଷ ଲୋକ ମୋର ପ୍ରଶଂସକ | ତେଣୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାରୁ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର