ଜାତିଭିତ୍ତିକ ଜନଗଣନା ଦାବି ନେଇ ନୀତୀଶ କୁମାରଙ୍କ ନେତୃତ୍ୱରେ କାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ୧୦ଟି ଦଳର ନେତା

ନୂଆଦିଲ୍ଲୀ: ତେଜୁଛି ଜାତି ରାଜନୀତି । ସାରା ଦେଶରେ ଓବିସିଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିହାରରେ ମଧ୍ୟ ଏହାକୁ ନେଇ ସ୍ୱର ଉଠିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ୧୦ଟି ଦଳର ନେତା ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଶରେ ଜାତି ଆଧାରରେ ଜନଗଣନା ହେଉ ବୋଲି ଦାବି ଜଣାଇବେ ।

ଏ ନେଇ ନୀତୀଶ କହିଛନ୍ତି, ଦେଶର ଜନସାଧାରଣ ଚାହାନ୍ତି ଜାତି ଗଣନା ହେଉ । ଏହା ହେଲେ ଜାତିଗୁଡିକର ସଠିକ ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆସିପାରିବ। କିଛି ଦିନ ଧରି ନୀତୀଶ କୁମାର ଦେଶରେ ଜାତିଭିତ୍ତିକ ଗଣନା ହେଉ ବୋଲି ଦାବି କରିଆସୁଛନ୍ତି । କିଛି ଦିନ ପୂର୍ବରୁ ଲୋକସଭାର ମୌସୁମୀ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ମତ ଦେଇଥିଲେ ଯେ, କେନ୍ଦ୍ର ଦେଶରେ ଜାତିଭିତ୍ତିକ ଗଣନା ସପକ୍ଷରେ ନାହିଁ । ତେବେ ଏହି ମତାମତ ପରେ ନୀତୀଶ ଟ୍ୱିଟ କରି ସୂଚନା ଦେଇଥିଲେ ଯେ, ୨୦୧୯ରେ ଜାତିଭିତ୍ତିକ ଗଣନା ସମ୍ପର୍କିତ ଏକ ବିଧେୟକ ବିଧାନସଭାରେ ସର୍ବସମ୍ମତିରେ ପାସ କରି କେନ୍ଦ୍ର ନିକଟକୁ ପଠାଇଥିଲେ । ଏବେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ଜାତି ଗଣନା ପାଇଁ ସକାରତ୍ମକ ପଦକ୍ଷେପ ନେବେ ବୋଲି ସେ ଆଶା ପୋଷଣ କରିଛନ୍ତି ।

ସମ୍ବନ୍ଧିତ ଖବର