ପରାଜୟ ପାଇଁ ବିଜେପିକୁ ଦାୟୀକଲେ ନୀତୀଶ

ପାଟନା: ବିହାରରେ ଜୋଖିହାଟ ନିର୍ବାଚନମଣ୍ଡଳିରେ ଜେଡିୟୁର ପ୍ରାର୍ଥୀ ମୁର୍ସିଦ ଆଲମ ଆରଜେଡି ପ୍ରାର୍ଥୀ ସରଫରାଜ ଆଲମ୍‌ଙ୍କଠାରୁ ପରାଜିତ ହୋଇଛନ୍ତି। ତେବେ ଏହି ପରାଜୟ ପାଇଁ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିକୁ ହିଁ ଦାୟୀ କରିଛନ୍ତି। ପେଟ୍ରୋଲ ଓ ଡିଜେଲରେ ଦରବୃଦ୍ଧି ଏହି ପରାଜୟର ମୁଖ୍ୟ କାରଣ ବୋଲି ନୀତୀଶ କୁମାର କହିଛନ୍ତି। ପୂର୍ବରୁ ମଧ୍ୟ ବିଜେପିର ନୀତିକୁ ବିରୋଧ କରି ନୀତୀଶ ଚର୍ଚ୍ଚାରେ ଥିବା ବେଳେ ଆଜି ଭୋଟ୍‌ ଫଳାଫଳ ଘୋଷଣା ପରେ ତାଙ୍କ ଅସନ୍ତୋଷ ଜାହିର୍‌ କରିଛନ୍ତି। ନିକଟରେ ବିମୁଦ୍ରାକରଣ ପ୍ରସଙ୍ଗରେ ମଧ୍ୟ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଏନ୍‌୍‌ଡିଏରେ ସହଯୋଗୀ ଦଳମାନଙ୍କୁ ଠିକ୍‌ରେ ଗୁରୁତ୍ୱ ଦିଆଯାଉନାହିଁ କି ସେମାନଙ୍କ ମତାମତକୁ ସମ୍ମାନ ମିଳୁନାହିଁ ବୋଲି ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି।

ସମ୍ବନ୍ଧିତ ଖବର