ନୂଆବର୍ଷରେ ବିହାର ଦେଖିପାରେ ନୂଆ ସରକାର: ରାବଡୀ କହିଲେ; ମହାଗଠବନ୍ଧନରେ ନୀତୀଶଙ୍କୁ ସାମିଲ କରିବା ନେଇ ଚାଲିଛି ବିଚାର

ପାଟନା: ନୂଆବର୍ଷରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିରୋଧୀ ନୀତୀଶ କୁମାରଙ୍କ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାବଡୀ ଦେବୀ କହିଛନ୍ତି କି, ନୀତୀଶ କୁମାରଙ୍କୁ ପୁଣିଥରେ ମହାଗଠବନ୍ଧନରେ ସାମିଲ କରିବା ନେଇ ଆରଜେଡି ଭିତରେ ଆଲୋଚନା ଚାଲିଛି । ଅରୁଣାଚଳ ପ୍ରଦେଶରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବାକୁ ନେଇ ରାବଡୀ ଦେବି କହିଛନ୍ତି କି ଖାଲି ଅରୁଣାଚଳ ପ୍ରଦେଶ ନୁହେଁ ବିହାରରେ ବି ବିଜେପି ଏଭଳି କରିପାରେ ?

ତେବେ ଅରୁଣାଚଳପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଜେପିରେ ସାମିଲ ହୋଇସାରିଛନ୍ତି । ଏପଟେ ଏହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଯେଭଳି ଭାବେ ବିତର୍କ ଦେଖା ଦେଇଛି ତାହାକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି ଲାଲୁ ଯାଦବ । ଏଭଳି ସମୟରେ ନୀତୀଶଙ୍କୁ ପୁଣିଥରେ ମହାଗଠବନ୍ଧନକୁ ଫେରାଇଆଣିବାକୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏକ ମୋର୍ଚ୍ଚା ଖୋଲି ତାହାର ଦାୟିତ୍ୱ ନେଇଛନ୍ତି ।

Bungalow politics: Nitish gets three bungalows while Tejaswi refuses to  vacate his - India News
India Today
କୁହାଯାଉଛି କି ଲାଲୁ ଯାଦବଙ୍କ ପରିବାର ଓ ଆରଜେଡିର କୌଣସି ନେତା ରାଜନୈତିକ ସ୍ତରରେ ନୀତୀଶ କୁମାରଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେବାକୁ ବାରଣ କରାଯାଇଛି । ଏହାସହ ସରକାରଙ୍କ ବିରୋଧରେ ହେଉ କି ନିଜ ଦଳ ସପକ୍ଷରେ ହେଉ ଆରଜେଡିର କୌଣସି ନେତା ବା ପ୍ରବକ୍ତା ଗଣମାଧ୍ୟମ ଆଗରେ ବୟାନ ଦେବା ପୂର୍ବରୁ ଚିନ୍ତା କରି ବୟାନ ଦେବାକୁ ଲାଲୁ ଯାଦବଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ଏଭଳି କିଛି ଖବର ସୂତ୍ର ମାଧ୍ୟମରେ ମିଳିଛି କି ନୀତୀଶ କୁମାରଙ୍କୁ ପୁଣିଥରେ ମହାଗଠବନ୍ଧନରେ ସାମିଲ କରିବାକୁ ଲାଲୁ ଯାଦବ ୟୁପିଏର ବଡ ବଡ ନେତାମାନଙ୍କ ସହାୟତାରେ ନୀତୀଶ କୁମାରଙ୍କ ଉପରେ ଚାପ ପକାଉଥିବା ସୂଚନା ମିଳିଛି । ଏହାସହ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି କି ଯଦି ନୀତୀଶ କୁମାର ମହାଗଠବନ୍ଧନ ଦେଇ ୟୁପିଏକୁ ଫେରିବାକୁ ଚାହିଁବେ ତେବେ ତାଙ୍କ ପାଇଁ ୟୁପିଏର ଦ୍ୱାର ସବୁବେଳେ ଖୋଲା ରହିଛି ।
ସମ୍ବନ୍ଧିତ ଖବର