ଦେଶରେ ଦୁଷ୍କର୍ମ ଘଟଣା ବଢିବା ପଛରେ ପର୍ଣ୍ଣ ସାଇଟ୍‌ ଦାୟୀ : ନିତିଶ କୁମାର

ଗୋପାଲଗଞ୍ଜ (ବିହାର) : ଦେଶରେ ବଢିଚାଲିଥିବା ଦୁଷ୍କର୍ମ ମାମଲାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ସେ କହିଛନ୍ତି ଯେ ଏସବୁ ଅପରାଧ ବଢିବାର କାରଣ ହେଉଛି ପର୍ଣ୍ଣ ସାଇଟ୍‌ । ପର୍ଣ୍ଣ ସାଇଟ୍‌ ମୋହରେ ପଡି ଯୁବଗୋଷ୍ଠୀ ଏପରି ଅପରାଧ ଘଟାଉଛନ୍ତି । ଅପରାଧୀମାନେ ଅପରାଧ ଘଟାଇବାବେଳେ ତାହାକୁ ବିଭିନ୍ନ ପର୍ଣ୍ଣ ସାଇଟ୍‌ ଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କିମ୍ବା ସେୟାର କରୁଛନ୍ତି । ଯେଉଁମାନେ ସେହି ଭିଡିଓଗୁଡ଼ିକୁ ଦେଖୁଛନ୍ତି, ସେମାନେ ସ୍ୱାଭାବିକଭାବେ ସେପରି ଅପରାଧ ଘଟଣାଇବାକୁ ମନବଳାଉଛନ୍ତି । ହାଇଦ୍ରାବାଦ, ବିହାର, ଉତ୍ତରପ୍ରଦେଶରେ ହୋଇଥିବା ଦୁଷ୍କର୍ମଘଟଣାକୁ ଉଦାହରଣ ଦେଇ ସେ କହିଛନ୍ତି ଯେ ଦେଶରେ ପର୍ଣ୍ଣ ସାଇଟଗୁଡ଼ିକୁ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖିବେ ।

ଗତକାଲି ରାଜସ୍ଥାନର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଭଓ୍ଵଁରଲାଲ ମେଘାଓ୍ଵଲ କହିଥିଲେ ଯେ ମୋବାଇଲ ଫୋନ ଓ ଟିଭି ଯୋଗୁଁ ସମାଜରେ ଦୁଷ୍କର୍ମ ମାମଲା ବଢିଚାଲିଛି । ପୂର୍ବରୁ ଟିଭି ଓ ମୋବାଇଲ ଫୋନ ନଥିବାବେଳେ ଏତେ ଦୁଷ୍କର୍ମ ହେଉନଥିଲା । ଟିଭିର ପ୍ରଭାବ ଯୋଗୁଁ ଯୁବଗୋଷ୍ଠୀ ଦୁଷ୍କର୍ମ କରୁଛନ୍ତି ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର