ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଦେଇଥିବା ବେଳେ ଆଜି ଏନ୍ଆରସି ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ଏହା ବିହାରରେ କାର୍ଯ୍ୟକାରୀ ହେବନାହିଁ ବୋଲି କହିଛନ୍ତି। ବିହାରରେ ଏନ୍ଆରସି କାହିଁକି କାର୍ଯ୍ୟକାରୀ ହେବ ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଗତ ୧୪ ତାରିଖରେ ନୀତୀଶ ଏବଂ ଦଳର ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ହିଁ ଏନ୍ଆରସି ଏବଂ ସିଏଏ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ନୀତୀଶ ଏନ୍ଆରସି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମର୍ଥନ କରିବେ ନାହିଁ ବୋଲି ପ୍ରଶାନ୍ତ କିଶୋରଙ୍କୁ ଉକ୍ତ ବୈଠକରେ ଆଶ୍ବାସନା ଦେଇଥିବା ଜଣାପଡ଼ିଥିଲା। ଉଲ୍ଲେଖଯୋଗ୍ୟ ନୀତୀଶଙ୍କ ଜେଡିୟୁ ସିଏଏକୁ ସମର୍ଥନ କରିବା ପରେ ଜେଡିୟୁର ବହୁ ବରିଷ୍ଠ ନେତା ନୀତୀଶଙ୍କର ଏହି ନୀତିକୁ ସମାଲୋଚନା କରିଥିଲେ। ଗତ କିଛିଦିନ ତଳେ ନୀତୀଶ ସଂଖ୍ୟାଲଘୁଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ, ସେମାନଙ୍କ ପ୍ରତି କୌଣସି ଅନ୍ୟାୟ ହେବନାହିଁ ଏବଂ ସେମାନଙ୍କ ସ୍ବାର୍ଥହାନି ହେବାଭଳି କିଛି ବି ପଦକ୍ଷେପ ନିଆଯିବ ନାହିଁ।
ବିହାରକୁ ଏନ୍ଆରସିରୁ ବାଦ୍ ଦେଲେ ନୀତୀଶ
/sambad/media/post_attachments/wp-content/uploads/2019/12/nitish.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)