ପାଟନା୮: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଲାଲୁ ପ୍ରସାଦ ଯାଦବଙ୍କର ଏକ ପୁରୁଣା ଟ୍ବିଟ୍ ଉଖାରିଛନ୍ତି, ଯେଉଁଥିରେ ଲାଲୁ ଲେଖିଛନ୍ତି ଯେ ନୀତୀଶ ଗୋଟାଏ ସାପ, ପ୍ରତି ଦୁଇବର୍ଷରେ କାତି ଛଡ଼ାଇବା ତାଙ୍କ ଅଭ୍ୟାସ। ଆଜି ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ଶପଥ ନେବା ପୂର୍ବରୁ ଗିରିରାଜ ଲେଖିଛନ୍ତି- ସେଇ ସାପ ଏବେ ଆପଣଙ୍କ (ଲାଲୁଙ୍କ) ଘରେ ପଶିଲା। ୨୦୧୭ରେ ଲାଲୁଙ୍କ ଦଳ ଛାଡ଼ି ନୀତୀଶ ବିଜେପି ସହ ମିଶି ସରକାର ଗଢ଼ିବା ପରେ ଲାଲୁ ଲେଖିଥିଲେ- ‘‘ନୀତୀଶ ସାଂପ ହୈ। ଜୈସେ ସାଂପ କେଂଚୁଲ ଛୋଡ଼ତା ହୈ ୱୈସେ ହୀ ନୀତୀଶ ଭୀ କେଂଚୁଲ ଛୋଡ଼ତା ହୈ ଔର ହର ୨ ସାଲ ମେ ସାଂପ କୀ ତରହ ନୟା ଚମଡ଼ା ଧାରଣ କର ଲେତା ହୈ। କିସୀ କୋ ଶକ?’’
ଲାଲୁଙ୍କ ପୁରୁଣା ଟ୍ବିଟ୍ ଉଖାରିଲେ ଗିରିରାଜ ସିଂହ: ‘ନୀତୀଶ ଗୋଟାଏ ସାପ’
/sambad/media/post_attachments/wp-content/uploads/2022/08/nitish-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)