ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ (କେସିଆର୍) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ନିତି ଆୟୋଗ ବୈଠକରେ ଯୋଗ ଦେବେନି। ଗୋଟିଏ ମାସରେ ଦ୍ବିତୀୟ ଥର ପାଇଁ ନୀତୀଶ ମୋଦୀଙ୍କ ବୈଠକରେ ଯୋଗ ଦେଇନାହାନ୍ତି। ଆସନ୍ତା ୭ ତାରିଖରେ ନିତି ଆୟୋଗ ବୈଠକ ଅଛି। ମିଳିଥିବା ସୂଚନାନୁଯାୟୀ ନୀତୀଶ କୁମାର ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି। ସେ ଏହି ବୈଠକକୁ ତାଙ୍କ ଉପମୁଖ୍ୟଙ୍କୁ ପଠାଇବାକୁ ଚାହିଥିଲେ। କିନ୍ତୁ ବୈଠକକୁ କେବଳ ମୁଖ୍ୟମନ୍ତ୍ରୀମାନେ ଆସିବେ। ତେଣୁ ବିହାରରୁ କୌଣସି ପ୍ରତିନିଧି ବୈଠକରେ ଉପସ୍ଥିତ ରହିବେନି। ଅନ୍ୟପକ୍ଷେ ନୀତୀଶ କୁମାର ଆସନ୍ତା ସୋମବାର ଦିନ ଜନତା ଦରବାର କାର୍ଯ୍ୟକ୍ରମ କରିବେ। ନୀତୀଶଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଗତ କିଛି ସପ୍ତାହ ଧରି ଜନତା ଦରବାର କାର୍ଯ୍ୟକ୍ରମ ବନ୍ଦ ଥିଲା। ନୀତୀଶ ଏହାକୁ ପୁଣିଥରେ ଆରମ୍ଭ କରିବେ। ଗୋଟିଏ ପଟେ ନୀତୀଶ ନିତି ଆୟୋଗ ବୈଠକରେ ଉପସ୍ଥିତ ନରହିବା ଏବଂ ସମାନ ସମୟରେ ଜନତା ଦରବାର କାର୍ଯ୍ୟକ୍ରମ କରିବାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ କେସିଆର୍ କହିଛନ୍ତି ଯେ ନିତି ଆୟୋଗ ବୈଠକରେ ଯୋଗ ଦେବାକୁ ତାଙ୍କର ଆଗ୍ରହ ନାହିଁ ଏବଂ ଏହା ଜରୁରୀ ନୁହେଁ।
ମୋଦୀଙ୍କ ବୈଠକରେ ଯୋଗ ଦେବେନି ନୀତୀଶ, କେସିଆର୍
/sambad/media/post_attachments/wp-content/uploads/2022/08/56sf465465hfhfhsfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)