ପାଟନା: ବିହାରରେ ବିଧାନସଭା ନିର୍ବାଚନ ଆଉ କିଛି ମାସ ବାକି ଅଛି କିନ୍ତୁ ରାଜନୈତିକ ପାଣିପାଗ ସରଗରମ ହୋଇଯାଇଛି। ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବୁଧବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର "ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ" ହୋଇଥିବାରୁ ବିହାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଉଛି।
ସିୱାନରେ ଆୟୋଜିତ ଏକ ରାଲିରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ପ୍ରଶାନ୍ତ କିଶୋର ଦାବି କରିଥିଲେ ଯେ ରାଜ୍ୟ ସରକାର "୪ ରୁ ୫ ଜଣ ବ୍ୟୁରୋକ୍ରାଟ ଏବଂ କିଛି ଚାଟୁକାର ମନ୍ତ୍ରୀ" ଦ୍ୱାରା ପରିଚାଳିତ ହେଉଛି। କିଶୋର କହିଛନ୍ତି, "ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମାନସିକ ଅବସ୍ଥା ଏପରି ଯେ ତାଙ୍କୁ ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କ ନାମ ମଧ୍ୟ ମନେ ନାହିଁ। କିନ୍ତୁ, ସେ କ୍ଷମତା ଉପଭୋଗ କରୁଛନ୍ତି କାରଣ ବିହାରରେ ଶିକ୍ଷକ କିମ୍ବା ପୁଲିସ କନଷ୍ଟେବଳ ହେବା ପାଇଁ ଡାକ୍ତରୀ ପରୀକ୍ଷା ପାସ୍ କରିବା ଜରୁରୀ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏପରି କୌଣସି ବାଧ୍ୟବାଧକତା ନାହିଁ। ଏହି ପରିସ୍ଥିତିରେ, ଅପରାଧ ହାର ବୃଦ୍ଧି ଆଶ୍ଚର୍ଯ୍ୟଜନକ ନୁହେଁ।"
Follow Us