ପାଟନା: ରାଜୀବରଞ୍ଜନ ସିଂହ ଓରଫ୍ ଲଲନ୍ ସିଂହ ଇସ୍ତଫା ଦେବାରୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ‘ଜନତା ଦଳ (ୟୁନାଇଟେଡ୍)’ର ନୂତନ ଅଧ୍ୟକ୍ଷ ହୋଇଛନ୍ତି।
ଦିଲ୍ଲୀରେ ‘ଜେଡିୟୁ’ର ୨ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ କୁମାର ଦଳର ମୁଖ୍ୟ ଭାବେ ନିର୍ବାଚିତି ହୋଇଥିଲେ। କିନ୍ତୁ, ତାଙ୍କୁ ‘ଜେଡି(ୟୁ)’ର ମୁଖ୍ୟ ବୋଲି ଘୋଷଣା କରାଯିବାର ଅଳ୍ପ ସମୟ ଆଗରୁ ଲଲନ ସିଂହ ଇସ୍ତଫା ଦେଇ ଦଳର ଅଧ୍ୟକ୍ଷ ଭାବେ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ।
ତାଙ୍କ ଭବିଷ୍ୟତ ସଂକ୍ରାନ୍ତ କଳ୍ପନାଜଳ୍ପନା ଓ ନୀତୀଶଙ୍କ ସହିତ ମତପାର୍ଥକ୍ୟ କଥା ‘ବିଜେପି’ କହୁଥିବା କଥା ଦର୍ଶାଇବା ସହିତ ନୀତୀଶ କୁମାର ଦଳର ନିର୍ବିବାଦୀୟ ନେତା ହେଲେ ବୋଲି ଗୁରୁତ୍ବାରୋପ କରି ଲଲନ୍ ସିଂହ କହିଛନ୍ତି।
/sambad/media/post_attachments/f97c6235af83bee1c8b15ada9ea839bc7ed04d1b5babbf4d726534fd20223771.jpg)
ବିଦ୍ରୂପାତ୍ମକ ବିବୃତି ଦେଇ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଯଦି ମୁଁ ଦଳରୁ ଇସ୍ତଫା ଦେଇଥାଆନ୍ତି, ଇସ୍ତଫା ପତ୍ରରେ କ’ଣ ଲେଖିବା କଥା ତାହା ଆପଣମାନଙ୍କ ସହିତ ପରାମର୍ଶ କରି ଲେଖିଥାଆନ୍ତି। ତାହା ହୋଇଥିଲେ, ଆପଣ ସେ ‘ଡ୍ରାଫ୍ଟ୍’କୁ ସିଧା ‘ବିଜେପି’ ଅଫିସ୍କୁ ନେଇ ଯାଇ ଥାଆନ୍ତେ। ନୀତୀଶ କୁମାର ଆମ ଦଳର ନେତା। ‘ଜନତା ଦଳ (ୟୁନାଇଟେଡ୍)’ ‘ୟୁନାଇଟେଡ୍’ (ଏକାଠି) ହୋଇ ରହିଛି ଓ ରହିବ ମଧ୍ୟ। ଯଦି ମୁଁ ଇସ୍ତଫା ଦେବି, ଆପଣମାନଙ୍କ ପରାମର୍ଶ ଲୋଡ଼ିବି।
ବିହାର ‘ବିଜେପି’ ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ କହିଛନ୍ତି, ଏହା ‘ଜେଡି(ୟୁ)’ର ନିଜସ୍ବ ସମସ୍ୟା, ‘ଜେଡି(ୟୁ)’ରେ କନ୍ଦଳ ଚାଲିଛି। ସେଥିରେ ‘ବିଜେପି’ ହସ୍ତକ୍ଷେପ କରିବ ନାହିଁ। ‘ଜେଡି(ୟୁ)’ ଓ ‘ଆର୍ଜେଡି’ ମିଳିତ ଭାବେ ନିର୍ବାଚନ ଲଢ଼ନ୍ତୁ, ଉଭୟଙ୍କୁ ପରାସ୍ତ କରିବା ପାଇଁ ଆମେ ଚେଷ୍ଟା ଚଳାଇବୁ।