ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ ଏବେ ଦଳପାଇଁ ପ୍ରଚାର କରୁଛନ୍ତି। ସେ ଏକ ସଭାରେ କହିଛନ୍ତି ଯେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜଣେ ବିଶ୍ୱାସଘାତକ। ସେ ପୁଣି ଥରେ ମହାମେଣ୍ଟକୁ ଫେରିବାବାକୁ ଚାହୁଁଥିଲେ।
ରାବ୍ରୀ କହିଛନ୍ତି, ମୁଁ ଏହି ବିଷୟରେ ଜାଣିବା ପରେ ରାଗିଯାଇଥିଲି। ବିହାର ମୁଖ୍ୟମନ୍ତ୍ରୀ ଆମକୁ ଧୋକା ଦେବାପରେ ଆଉ ତାଙ୍କ ଉପରେ ବିଶ୍ୱାସ ନାହିଁ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବାଲାଗି ତାଙ୍କ ଦଳର ଉପସଭାପତି ପ୍ରଶାନ୍ତ କିଶୋରଙ୍କୁ ୫ଥର ଲାଲୁ ପ୍ରସାଦ ଯାଦବଙ୍କ ପାଖକୁ ପଠାଇଥିଲେ। ଜେଡିୟୁର ଉପସଭାପତି ପ୍ରଶାନ୍ତ କିଶୋର ଲାଲୁଙ୍କୁ ଭେଟିବା ସହିତ ଉଭୟ ଦଳର ମିଶ୍ରଣ ପାଇଁ ପ୍ରସ୍ତାବ ରଖିଥିଲେ।
/sambad/media/post_attachments/wp-content/uploads/2019/04/nitish-kumar-dnaindia.jpg)
ରାବ୍ରୀ କହିଛନ୍ତି ‘ପ୍ରଶାନ୍ତ କିଶୋର ଲାଲୁଙ୍କୁ ଭେଟିବା ସହିତ କହିଥିଲେ, ଉଭୟ ଦଳ ମିଶିଗଲା ପରେ ସେମାନେ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଘୋଷଣା କରିପାରିବେ। ନୀତିଶ କୁମାର ଚାହୁଁଥିଲେ ଯେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରାଯାଉ। ଖାଲି ସେତିକି ନୁହେଁ ସେ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାଲାଗି ବି ରାଜିଥିଲେ।’