ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ତଥା କେନ୍ଦ୍ରୀୟ ନିର୍ବାଚନ ସମିତିର ସଦସ୍ୟ ଶାହାନବାଜ୍‌ ହୁସେନ୍‌ଙ୍କୁ କୌଣସି ଆସନରୁ ବି ପ୍ରାର୍ଥୀ କରି ନାହିଁ ଭାଜପା। ଏହାକୁ ନେଇ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଜେଡିୟୁ ତାଙ୍କର ଟିକେଟ୍‌ କାଟିଛି। ସେ ଏଥିଲାଗି ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ ଦୋଷ ଦେଇଛନ୍ତି।।  ଶାହାନାବାଜ୍‌ ହୁସେନ୍‌ ଗତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରୂପେ ବିହାରର ଭାଗଲପୁର ଆସନରୁ ନିର୍ବାଚନ ଲଢିଥିଲେ। ସେ କିନ୍ତୁ ପରାଜୟବରଣ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଦଳ ଭାଗଲପୁର ଆସନକୁ ଜେଡିୟୁକୁ ଦେଇଛି।

Advertisment

publive-image                                                                          photo-dnaindia

ଅପରପକ୍ଷରେ ଶାହନବାଜ ହୁସେନଙ୍କୁ ଅନ୍ୟ କେିନ୍ତୁ ଶାହବାଜଙ୍କୁ ଟିକେଟ୍‌ ନ ମିଳିବା ଦେଖି ତାଙ୍କ ସମର୍ଥକମାନେ ନିରାଶ ହୋଇଛନ୍ତି। କିନ୍ତୁ ଶାହନବାଜ୍‌ ହୁସେନ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କର୍ମୀମାନଙ୍କୁ ବୁଝାଇଛନ୍ତି ଯେ ସେ କେନ୍ଦ୍ର ନିର୍ବାଚନ ସମିତିର ସଦସ୍ୟ,ଏଣୁ ଟିକେଟ୍‌ ନ ମିଳିଲେ ଅସୁବିଧା କେଉଁଠି? ଏଠାରେ ସୂଚନାଯୋଗ୍ୟଯେ ୧୯୯ରେ ଅରରୀୟାର ବଗଲ ଲୋକସଭା ଆସନରୁ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ।