ପାଟନା: ବିହାର ବିଧାନସଭା ନିର୍ବାଚନ​​(୨୦୨୫)ରେ ଏନଡିଏର ପ୍ରଭାବଶାଳୀ ପ୍ରଦର୍ଶନ ପରେ ଆଜି ଏକ ନୂତନ ସରକାର ଗଠନ ହୋଇଛି। ନୀତିଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ, ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେଜସ୍ୱୀ ଯାଦବ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
आदरणीय श्री नीतीश कुमार जी को बिहार के मुख्यमंत्री पद की शपथ लेने पर हार्दिक बधाई। मंत्रिपरिषद् के सदस्य के रूप में शपथ लेने वाले बिहार सरकार के सभी मंत्रियों को हार्दिक शुभकामनाएँ।
— Tejashwi Yadav (@yadavtejashwi) November 20, 2025
आशा है नई सरकार जिम्मेदारीपूर्ण लोगों की आशाओं और अपेक्षाओं पर खरा उतर अपने वादों एवं घोषणाओं को…
ଏକ୍ସ ପୋଷ୍ଟରେ କ’ଣ ଲେଖିଲେ ତେଜସ୍ବୀ?
ତେଜସ୍ୱୀ ଯାଦବ ଲେଖିଛନ୍ତି, "ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ସମ୍ମାନନୀୟ ନୀତୀଶ କୁମାରଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମନ୍ତ୍ରୀ ପରିଷଦର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିବା ବିହାର ସରକାରଙ୍କ ସମସ୍ତ ମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଶା କରୁଛି ଯେ, ନୂତନ ସରକାର ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବ। ଏବଂ ନିଜର ପ୍ରତିଶ୍ରୁତି ପୂରଣ କରି ବିହାରବାସୀଙ୍କ ଜୀବନରେ ସକାରାତ୍ମକ ଏବଂ ଗୁଣାତ୍ମକ ପରିବର୍ତ୍ତନ ଆଣିବ।"
ଆହୁରି ପଢ଼ନ୍ତୁ: Delhi Metro Station: ସହି ପାରିଲା ନାହିଁ ସ୍କୁଲ ଶିକ୍ଷକଙ୍କ ନିର୍ଯାତନା....ଛାତ୍ର ହାରିଦେଲା ଜୀବନ
ନଭେମ୍ବର ୧୮ରେ ଶପଥ ନେବି ବୋଲି କହିଥିଲେ ତେଜସ୍ବୀ
ନିର୍ବାଚନ ଫଳାଫଳ ପୂର୍ବରୁ ତେଜସ୍ୱୀ ଯାଦବ ଉତ୍ସାହରେ ପରିପୂର୍ଣ୍ଣ ଥିଲେ। ସେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ, ବିହାରରେ ମହାଗଠବନ୍ଧନ ସରକାର ଗଠନ ହେବ ଏବଂ ସେ ନଭେମ୍ବର ୧୮ତାରିଖରେ ଶପଥ ଗ୍ରହଣ କରିବେ। ହେଲେ ନଭେମ୍ବର ୧୪ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ, ମହାଗଠବନ୍ଧନର ସମସ୍ତ ଦଳକୁ ଶକ୍ତ ଧକ୍କା ଲାଗିଥିଲା। RJD ମାତ୍ର ୨୫ଟି ଆସନ ଜିତିଥିଲା ଏବଂ କଂଗ୍ରେସ ମାତ୍ର ୬ଆସନରେ ଜିତିବାରେ ସକ୍ଷମ ହୋଇଥିଲା।
ଆହୁରି ପଢ଼ନ୍ତୁ: Father Killed Daughter: ପୁଅ ଆଶାରେ ଦେଢ଼ ବର୍ଷର ଝିଅକୁ ନଦୀରେ ଫିଙ୍ଗିଦେଲା ବାପା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/20/tejashwi-yadav-2025-11-20-17-50-19.jpg)