ପାଟନା: ସୋମବାର ସନ୍ଧ୍ୟାରେ ଜନତା ଦଳ-ୟୁନାଇଟେଡର ଅଧ୍ୟକ୍ଷ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାକୁ ମିଶାଇ ଜେଡିୟୁ କ୍ରମାଗତ ଚତୁର୍ଥ ପାଳି କ୍ଷମତାକୁ ଆସିଥିବା ବେଳେ ନୀତୀଶ କୁମାର ସପ୍ତମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment

ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ଶୀର୍ଷସ୍ତରୀୟ ବିଜେପି ନେତା ଯୋଗ ଦେଇଥିଲେ।

ଏହି ଉତ୍ସବରେ ବିହାରର ଉପମୁଖ୍ୟମନ୍ତ୍ରୀଭାବେ ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ ଏନ୍‌ଡିଏର ଅନ୍ୟ ଆଠଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।

୨୪୩ ଆସନବିଶିଷ୍ଟ ବିହାର ବିଧାନ ସଭା ନିର୍ବାଚନରେ ଏନ୍‌ଡିଏ ୧୨୫ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିବାର ପ୍ରାୟ ଏକ ସପ୍ତାହ ମଧ୍ୟରେ ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ବିଧାନସଭା କେବେ ଡକାଯିବ ତାହା ଶପଥ ଗ୍ରହଣ ଉତ୍ସବ ପରେ କ୍ୟାବିନେଟ୍‌ ସ୍ଥିର କରିବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି।