ଯୋଗୀଙ୍କୁ ଟାର୍ଗେଟ କଲେ ନୀତୀଶ: କହିଲେ; ଦେଶର ନାଗରିକଙ୍କୁ ବାହାର କରିବାର ଦମ କାହାର ନାହିଁ

ନୂଆଦିଲ୍ଲୀ: ଆସନ୍ତା ୭ ତାରିଖରେ ବିହାରରେ ଅନୁଷ୍ଠିତ ହେବ ତୃତୀୟ ବା ଶେଷ ମତଦାନ । ହେଲେ ଶେଷ ପର୍ଯ୍ୟାୟର ଭୋଟ ଗ୍ରହଣ ପୂର୍ବରୁ ଧୀରେ ଧୀରେ ଖୋଲୁଛି ଏନଡିଏ ମେଣ୍ଟ ଭିତରେ ଥିବା ବିବାଦ । ବିଜେପିର ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ।

ଏକ ନିର୍ବାଚନୀ ସଭାରେ ଯୋଗୀ ଆଦିତ୍ୟନାଥ ବାଙ୍ଗଲାଦେଶୀ ଶରଣାର୍ଥୀଙ୍କୁ ଦେଶ ବାହାରକୁ ଫିଙ୍ଗିଦେବା ଆବଶ୍ୟକ ବୋଲି କହିଥିଲେ । ଏହାକୁ ନେଇ ଆକ୍ରାମକ ହୋଇଛନ୍ତି ନୀତୀଶ । ନିତୀଶ କହିଛନ୍ତି କି, କାହାର ଦମ୍ ନାହିଁ କି ଆମ ଦେଶର ଲୋକଙ୍କୁ ବାହାର କରିଦେବ ।
ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ କିଶନଗଞ୍ଜଠାରେ ଏକ ନିର୍ବାଚନୀ ସଭାରେ ଜନତାଙ୍କୁ ସମ୍ବୋଧିତ କରିବାକୁ ଯାଇ ନୀତୀଶ କୁମାର କହିଥିଲେ କି, କାହାର ସାହାସ ନାହିଁ କି ଦେଶର ନାଗରିକଙ୍କୁ ବାହାର କରିଦେବ । ଏଦେଶରେ ରହୁଥିବା ଲୋକଙ୍କ ଭିତରେ ସ୍ନେହ, ଶ୍ରଦ୍ଧା ଓ ଭାଇଚାରା ରହିଛି ତାହାକୁ ଯିଏ ଭାଙ୍ଗିବାକୁ ଚାହିଁବ ତାକୁ ଦେଶବାସୀ କ୍ଷମା ଦେବେ ନାହିଁ । କିଛି ଲୋକ ଦେଶ ଭିତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି । ଦେଶର ଜନତା ଏକାଠି ରହିଲେ ଦେଶର ବିକାଶ ହେବ ।

Nitish Kumar, Yogi Adityanath announce Atal Bihari Vajpayee statues in states
DNA India

ଏସବୁ କଥା କହିବା ବେଳେ ନୀତୀଶ କାହାରି ନାମ ନେଇ ନଥିଲେ । ହେଲେ ଏହା ସ୍ପଷ୍ଟ ହୋଇଛି ଯେ ସେ ଏଭଳି କଥା ଉତ୍ତରପ୍ରାଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କାରଣ ଯୋଗୀ ବିହାର ବିଜେପିର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସି ଏକ ସଭାରେ ନିତୀଶଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା ନକରି ସେ ନାଗରିକତା ସଂଶୋଧନ ଆଇନ ଉପରେ ଲମ୍ବା ଭାଷଣ ଦେଇଥିଲେ । ଯେଉଁଥିରେ ସେ କହିଥିଲେ କି ପାକିସ୍ତାନ ଓ ବାଙ୍ଗଲାଦେଶରୁ ଆସି ଦେଶରେ ଆଡ୍ଡା ଜମାଇଥିବା ଶରଣାର୍ଥୀମାନଙ୍କୁ ଦେଶ ବାହାରକୁ ଫିଙ୍ଗିଦେବା ଉଚିତ । ତେବେ ଏହାର ଜବାବ ଦେଇ ନୀତୀଶ କହିଥିବା କଥା  ବିଜେପି ଓ ଜେଡିୟୁ ଭିତରେ ଥିବା ଫାଟ ପଦାରେ ପଡିଛି ।

ସମ୍ବନ୍ଧିତ ଖବର